ମୋଦିଙ୍କୁ ଚିଠି ଲେଖିଲେ ଅନ୍ନା ହଜାରେ, ଲାଠିଚାର୍ଜକୁ ଭୁଲ୍ ବୋଲି କହିଲେ

add-all

ନୂଆଦିଲ୍ଲୀ : PM ମୋଦିଙ୍କୁ ଚିଠି ଲେଖିଲେ ଅନ୍ନା ହଜାରେ । ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ । ‘ଲାଠିଚାର୍ଜ ଭୁଲ୍, ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଆନ୍ନା । ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ନେଇ ସମାଜସେବୀ ଅନ୍ନା ହଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିଜ ମତ ଜଣାଇଛନ୍ତି। ସେ କହିଛନ୍ତି, ହିଂସା କେବେ ବି କୌଣସି ସମସ୍ୟାର ସମାଧାନ ନୁହେଁ।

ହିଂସା କେବଳ ସମସ୍ୟାକୁ ଆହୁରି ବଢ଼ାଇଥାଏ। ଅନ୍ନା ହଜାରେ କହିଛନ୍ତି ଯେ, ସେ ଜୀବନରେ ୨୨ଟି ଅନଶନ କରିଛନ୍ତି, କିନ୍ତୁ କେବେ ହିଂସାର ଆଶ୍ରୟ ନେଇନାହାନ୍ତି। ଛାତ୍ର ଓ ଯୁବଶକ୍ତି ହେଉଛି ଦେଶର ଶକ୍ତି, ତେଣୁ ସେମାନେ ଠିକ୍ ମାର୍ଗରେ ଆନ୍ଦୋଳନ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ଶିକ୍ଷାମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବା ଉଚିତ। ଲୋକମାନେ ହେଉଛନ୍ତି ପ୍ରକୃତ ମାଲିକ ଏବଂ ମନ୍ତ୍ରୀ ଓ ଅଧିକାରୀମାନେ ଜନସେବକ। ଜନତା ଯାହା ଚାହାଁନ୍ତି, ସରକାରଙ୍କୁ ସେହି ଅନୁଯାୟୀ ପଦକ୍ଷେପ ନେବା ଉଚିତ। ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ସେ ଭୁଲ୍ ବୋଲି ବର୍ଣ୍ଣନା କରିଛନ୍ତି।

ad-week
Leave A Reply

Your email address will not be published.