
ଯାଜପୁର ଟାଉନ: ଗାଧୋଇବା ବେଳେ ଜଣଙ୍କୁ ଟାଣି ନେଲା କୁମ୍ଭୀର । ଯାଜପୁର ଦେଇ ପ୍ରବାହିତ ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର । ଯାଜପୁର ବ୍ଲକ ଛତିଶଦେବିଲ ଷୋଳବାଟି ଗାଁ ନିକଟସ୍ଥ ଖରସ୍ରୋତା ନଦୀରେ ଗୋଧୋଉଥିଲେ ଜଣେ ୫୫ ବର୍ଷ ବୟସ୍କ ଲୋକ । ଗାଧୋଇବା ବେଳେ ତାଙ୍କୁ କୁମ୍ଭୀର ଟାଣିନେଇଥିବା କୁହାଯାଉଛି । ନିଖୋଜ ବ୍ୟକ୍ତି ହେଲେ ବିନୋଦ ଜେନାଙ୍କ ପୁଅ ହରିହର ଜେନା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ଦୀର୍ଘ ସମୟ ଧରି ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି କରିବା ପରେ ହରିହରଙ୍କ କୌଣସି ସନ୍ଧାନ ମିଳିନାହିଁ ।
ଦୀର୍ଘ ସମୟ ଧରି ଅଗ୍ନିଶମ ବିଭାଗର କର୍ମଚାରୀମାନେ ନଦୀର ବିଭିନ୍ନ ସ୍ଥାନରେ ତଲାସି ଚଳାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହରିହରଙ୍କ କୌଣସି ସନ୍ଧାନ ମିଳିନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ପରିସ୍ଥିତି ଉପରେ ନଜର ରଖାଯାଇଛି।
