ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

add-all

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବନ୍ୟା ଜଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ । ନିଜେ ଲାଇଫ୍ ଜ୍ୟାକେଟ୍ ପିନ୍ଧି କେସିଙ୍ଗା ସ୍ଥିତ ବେଲଖଣ୍ଡି ଶିବ ମନ୍ଦିରରୁ ବନ୍ୟା ୧୫ ଜଣଙ୍କୁ ଉଦ୍ଧାର କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ।

ଜିଲ୍ଲାପାଳ ନିଜେ ଲାଇଫ ଜାକେଟ୍‌ ପିନ୍ଧି ଅଗ୍ନିଶମ କର୍ମଚାରୀଙ୍କ ସହିତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଏମାନଙ୍କୁ ଉଦ୍ଧାର କରିଛନ୍ତି । ସେହିପରି ରଜାପଡ଼ାର ୭ ଜଣ ଓ ବେଦାନ୍ତ ପମ୍ପ ହାଉସରୁ ୨ ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ଜିଲ୍ଲାପାଳ କେସିଙ୍ଗା ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ।

ସେହିଭଳି କେସିଙ୍ଗା ସହରରେ ଥିବା ରେଳ ଭୂତଳ ପୋଲରେ ପାଣି ପଶିଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଇଛି । କେସିଙ୍ଗା ସହରର ଅଧିବାସୀ ସହରର ଗୋଟାଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଇ ପାରୁନାହାନ୍ତି । ସେହିଁ କାରଣରୁ ୨୬ ନମ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହେଇଛି ।

ad-week
Leave A Reply

Your email address will not be published.