ମୁଣ୍ଡଳୀରେ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ: ଆଗକୁ ନାହିଁ ବନ୍ୟା ଭୟ

add-all

କଟକ: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। କେବଳ ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ଥିବା ସେ କହିଛନ୍ତି। ତଥାପି ମୁଣ୍ଡଳୀଠାରେ ବର୍ତ୍ତମାନ ଜଳ ପ୍ରବାହ ସ୍ଥିର ରହିଥିବାବେଳେ ଆଗକୁ ପାଣି ପରିମାଣ କମିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଆଗକୁ ସେଭଳି କୌଣସି ବଡ଼ ବିପଦ ନାହିଁ।

ଆକଳନ କରାଯାଇଥିଲା ଯେ ମହାନଦୀରେ ୯ ଲକ୍ଷ କ୍ୟୁସେକ ପାଣି ଆସିବ, କିନ୍ତୁ ଆଜି ସକାଳ ୭:୦୦ ଟା ପରଠାରୁ ମୁଣ୍ଡଳୀ ଦେଇ ୮ ଲକ୍ଷ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଆଜି ମୁଣ୍ଡଳୀ ଠାରେ ଉପସ୍ଥିତ ରହି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ତାଙ୍କ ସହିତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମହାନଦୀ ଅବବାହିକାରେ ସେଭଳି କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ । ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ ସଜାଗ ଓ ପ୍ରସ୍ତୁତ ରହିବାକୁ ଜଳ ସମ୍ପଦ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଯାଜପୁରରେ ସର୍ବାଧିକ ଘାଇ ସୃଷ୍ଟି ହୋଇଥିବା ରାଜସ୍ବ ମନ୍ତ୍ରୀ କହିବା ସହ ଶୁକ୍ରବାର ବିଭିନ୍ନ ସ୍ଥାନରେ ପାଗ ପ୍ରାୟତଃ ଶୁଖିଲା ଅଛି। କାଲି ବି ୨ରୁ ୩ ଜିଲ୍ଲାରେ ଅଳ୍ପ ବର୍ଷା ହେବ। ତେଣୁ ଆସନ୍ତା ୨୪ ଘଣ୍ଟାରେ ସ୍ଥିତିରେ ଅନେକ ସୁଧାର ଆସିବ ବୋଳି ସେ ଆଶା ବ୍ୟକ୍ତ କରିଛନ୍ତି। ବନ୍ୟା ପାଣି କମିବା ପର୍ଯ୍ୟନ୍ତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। କ୍ଷୟକ୍ଷତି ରିପୋର୍ଟ ଆସିଲେ ତୁରନ୍ତ କ୍ଷତିପୂରଣ ଦିଆଯି। ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ସରକାରଙ୍କୁ ସହଯୋଗ କରିବକେ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.