
ଭୁବନେଶ୍ୱର : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ଲିଙ୍ଗରାଜ ଥାନା ଗାୟତ୍ରୀ ବସ୍ତିରେ ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ନାଁ ଜିତୁ କାଣ୍ଡି । ସେ ଜଣେ ଶ୍ରମିକ । ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଗତକାଲି ରାତିରେ ବଟି ଆଦାୟକୁ ନେଇ କିଛି ଲୋକଙ୍କ ସହ ବଚସା ହୋଇଥିଲା । ପରେ ଦୋକାନ ସାମ୍ନାରେ ତାଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ । ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ଟିମ୍ ।
ଗତକାଲି ରାତିରେ ମୃତକ ଜିତୁ କାଣ୍ଡିଙ୍କ ସହ ଅନ୍ୟ ଚାରିଜଣ ମଦ୍ୟପାନ କରୁଥିଲେ । ଚାରି ବ୍ୟକ୍ତି ହେଉଛନ୍ତି ଗଙ୍ଗାଧର ବେହେରା, ଚଗୁ ଏବଂ ବାବୁନା ବେହେରାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ସେହିଭଳି ଏହି ଘଟଣାରେ ଗୋପାଳ ଦାସ ବର୍ତ୍ତମାନ ଫେରାର ଅଛନ୍ତି । ସୂଚନା ମୁତାବକ ମୃତକ ଜିତୁ ଗାୟତ୍ରୀ ବସ୍ତିରେ ନିଶା ବେପାର କରୁଥିଲେ । ପୋଲିସ ତାଙ୍କ ଦୋକାନ କୁ ପୂର୍ବରୁ ବନ୍ଦ କରିଥିଲା । ଏବେ ସେ ଏଠାରେ ନିଜର ଦୋକାନ ପୁଣି ଖୋଲିଥିଲେ । ଗତକାଲି ରାତିରେ ମଦ୍ୟପାନ ପାରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ବସ୍ତିର ଏକାଧିକ ଲୋକଙ୍କୁ ପୋକୁଆ ଅଟକ ରଖି ପଚରାଉଚରା କରୁଛି ।
