କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ନକ୍ସଲମୁକ୍ତ ଓଡ଼ିଶା, ଶିଳ୍ପାୟନ ଓ ବିକାଶ ଉପରେ ଆଲୋଚନା ।  ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ନକ୍ସଲମୁକ୍ତ ଓଡ଼ିଶା, ଆଇନ-ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ ଦ୍ରୁତ ଶିଳ୍ପାୟନ ଉପରେ ହେଲା ବିସ୍ତୃତ ଆଲୋଚନା ।

ଶିଳ୍ପ ସୁରକ୍ଷା, ସମବାୟ କ୍ଷେତ୍ର ଏବଂ ଚିନି କଳ ପୁନରୁଦ୍ଧାର ପାଇଁ କେନ୍ଦ୍ରୀୟ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ।  ନକ୍ସଲ ଦମନରେ ସହଯୋଗ ପାଇଁ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଲେ ମୋହନ ମାଝୀ ।  ଓଡ଼ିଶାର ବିକାଶ ଓ ଜନକଲ୍ୟାଣ ପାଇଁ ସମସ୍ତ ପ୍ରକାର ସହଯୋଗର ଆଶ୍ୱାସନା ଦେଲେ ଅମିତ ଶାହ ।

ad-week
Leave A Reply

Your email address will not be published.