ସ୍କୁଲ କଲେଜ ଖୋଲିବ: ଧାର୍ମିକ ପୋଷାକ ଉପରେ ରୋକ୍ ଲଗାଇଲେ କୋର୍ଟ

add-all

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସ୍କୁଲ କଲେଜ ଖୋଲିବ। କିନ୍ତୁ ଛାତ୍ରଛାତ୍ରୀମାନେ ଧର୍ମୀୟ ଜଡ଼ିତ କୌଣସି ପୋଷାକ ପିନ୍ଧି ଆସିପାରିବେ ନାହିଁ। ଯେହେତୁ ମାମଲା କୋର୍ଟରେ ବିଚାରାଧୀନ ଅଛି ଛାତ୍ରଛାତ୍ରୀମାନେ ଧାର୍ମିକ ପୋଷାକ ପିନ୍ଧି ଆସିପାରିବେ ନାହିଁ । କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ହିଜାବ ବିବାଦକୁ ନେଇ ହୋଇଥିବା ଆବେଦନର ୩ଜଣିଆ ବେଞ୍ଚ ଶୁଣାଣି କରିଥିଲେ । ଆସନ୍ତା ସୋମବାର ଦିନ ୨ଟା ୩୦ରେ ଏହି ମାମଲାର ଶୁଣାଣି ପାଇଁ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି । ମାମଲାର ମୁଲତବୀ ହେବା ପୂର୍ବରୁ ମୁଖ୍ୟ ବିଚାରପତି ରିତୁରାଜ ଅୱସ୍ଥି କହଛନ୍ତି ଯେ, କର୍ଣ୍ଣାଟକରେ କଲେଜ ଖୋଲିବ । କିନ୍ତୁ ମାମଲା ଅଦାଲତରେ ବିଚାରାଧୀନ ଥିବାରୁ କୌଣସି ଛାତ୍ରଛାତ୍ରୀ ଧର୍ମୀୟ ସମ୍ପନ୍ଧୀୟ ପୋଷାକ ପିନ୍ଧି ଆସି ପାରିବେ ନାହିଁ।
ସୂଚନା ଅନୁଯାୟୀ, ହିଜାବ ବିବାଦକୁ ନେଇ କର୍ଣ୍ଣାଟକରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥତି ଅଣାୟତ୍ତ ଥିବାରୁ ଗତ ୮ ତାରିଖରେ କର୍ଣ୍ଣାଟକରେ ୩ ଦିନ ପର୍ଯ୍ୟନ୍ତ ସବୁ ହାଇସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରିଥିଲେ କର୍ଣ୍ଣାଟକ ସରକାର। ଶାନ୍ତି ଏବଂ ଐକ୍ୟ ବଜାୟ ରଖିବା ପାଇଁ ରାଜ୍ୟର ସବୁ ହାଇସ୍କୁଲ ଏବଂ କଲେଜକୁ ୩ ଦିନ ପାଇଁ ବନ୍ଦ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିରେ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ। ଏହାର ଅବଧି ଆସନ୍ତାକାଲି ସରୁଛି।
କର୍ଣ୍ଣାଟକରେ ଉଡ଼ୁପିର ଏକ ସରକାରୀ କଲେଜରେ ହିଜାବ କଟକଣାକୁ ନେଇ ଜଣେ ଯୁବତୀ ହାଇକୋର୍ଟରେ ଅପିଲ କରିଥିଲେ। ସୂଚନା ମୁତାବକ, କର୍ଣ୍ଣାଟକର ଉଡୁପି, ଏମଜିଏମ କଲେଜରେ ହିଜାବ ପିନ୍ଧିବା ନେଇ ଛାତ୍ରଛାତ୍ରୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଥିଲା। କିଛି ଛାତ୍ରୀ ହିଜାବ ପିନ୍ଧି କଲେଜ ଅସିଥିବା ବେଳେ ସେମାନଙ୍କୁ ଶ୍ରେଣୀ ଗୃହକୁ ବାରଣ କରାଯାଇଥିଲା। ହେଲେ ଛାତ୍ରୀମାନେ ହିଜାବ ପିନ୍ଧି ଆସିବା ବନ୍ଦ କରି ନଥିଲେ। ଏହାକୁ ବିରୋଧ କରି କିଛି ବିରୋଧୀ ଛାତ୍ରଛାତ୍ରୀ ଗେରୁଆ ସ୍କାର୍ପ ପକାଇ କଲେଜ ଆସିଥିଲେ। ଏହାକୁ ନେଇ ସମଗ୍ର କର୍ଣ୍ଣାଟକରେ ବିବାଦ ତେଜିବାରେ ଲାଗିଛି।

ad-week
Leave A Reply

Your email address will not be published.