ପୁଣି ଫେରିବ ଶୀତ, ଉପକୂଳ ଜିଲ୍ଲାରେ କୁହୁଡି ସମ୍ଭାବନା

add-all

ଭୁବନେଶ୍ବର: ରାଜ୍ୟରେ କିଛିଦିନ ଶୀତର ପ୍ରକୋପ କମିବା ପରେ ପୁଣି ଫେରିବ ଥଣ୍ଡା। ଏହିଭଳି ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା 3 ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ, ଫଳରେ ପୁଣି ଶୀତ ଫେରିବ ବୋଲି ପୂର୍ବନୁମଣ୍ଡ କରିଛି ବିଭାଗ। ସେହିପରି ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ହୋଇପାରେ ବୋଲି ପୂର୍ବନୁମାନ କରାଯାଇଛି।

ଶୁକ୍ରବାର ସକାଳେ ବର୍ଷା ହେବା ନେଇ ଅନୁମାନ କରାଯାଇଛି। କେଉଁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳରେ ବର୍ଷା ହେବା ସମ୍ଭାବନା ରହିଥିବା ବେଳେ ଉତ୍ତର ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ତଥା ନୂଆପଡା, ବଲାଙ୍ଗିର, ସୋନପୁର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଏବଂ ପୁରୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବ। ତେବେ ଉପକୂଳ ଓଡିଶା, ଢେଙ୍କାନାଳ, ଅନୁଗୁଳ ଏବଂ କନ୍ଧମାଳରେ ଘନ କୁହୁଡି ହେବା ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.