ରାଜ୍ୟରେ ଫାଇଲେରିଆ ନିରାକରଣ ଔଷଧ ବଣ୍ଟନ ଆରମ୍ଭ

add-all

ଭୁବନେଶ୍ବର : ରାଜ୍ୟରେ ଆଜିଠାରୁ ଫାଇଲେରିଆ ନିରାକରଣ ଔଷଧ ବଣ୍ଟନ କରାଯାଉଛି। ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଫାଇଲେରିଆ ନିରାକରଣ ଔଷଧ ବଣ୍ଟନ କରୁଛନ୍ତି। ୧୫ଟି ଜିଲ୍ଲାରେ ରୋଗୀଙ୍କୁ ଔଷଧ ବଣ୍ଟନ କରାଯାଉଥିବାବେଳେ ୫୫ ହଜାର ୫୪୪ ସ୍ୱେଚ୍ଛାସେବୀ ଏଥିରେ ନିୟୋଜିତ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ତେବେ ୨ ବର୍ଷରୁ କମ୍‍ ବୟସ ଶିଶୁ, ଗର୍ଭବତୀ ଓ ଗୁରୁତର ଅସୁସ୍ଥ ଥିବା ଲୋକଙ୍କୁ ଔଷଧ ଦିଆଯିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି।

ad-week
Leave A Reply

Your email address will not be published.