
ମୁମ୍ବାଇ : ମୁମ୍ବାଇର ବିକ୍ରୋଲିରେ ଥିବା ଏକ ପରିବାର ଜୋରରେ ଗୀତ ବଜାଇବାକୁ ନେଇ ପଡୋଶୀଙ୍କ ସହିତ ପାଟିତୁଣ୍ଡ କରିଥିଲେ । ଆଉ ଝଗଡା ଏତେ ଭୟଙ୍କର ଥିଲା ଯେ, ଘଟଣାରେ ୨ ଜଣଙ୍କ ଜୀବନ ମଧ୍ୟ ଚାଲିଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାରେ ବାପା-ପୁଅଙ୍କ ଜୀବନ ଚାଲିଯାଇଛି ।
ଖବର ମୁତାବକ, ମୁମ୍ବାଇର ବିକ୍ରୋଲିରେ ଗୁରୁବାର ଦିନ ଜୋରେ ଗୀତ ବଜାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଉଚ୍ଚ ଶବ୍ଦରେ ସଙ୍ଗୀତ ବଜାଇବାକୁ କେନ୍ଦ୍ର କରି ଗୋଟିଏ ପରିବାର ମଧ୍ୟରେ ଭୟଙ୍କର ବିବାଦ ସୃଷ୍ଟି ହୋଇଥିଲା । ବିବାଦ ଏତେ ଭୟଙ୍କର ହୋଇଗଲା ଯେ, ପରସ୍ପର ଉପରେ ଛୁରାମାଡ଼ ହେଲା । ଫଳରେ ବାପା ଓ ପୁଅଙ୍କ ଗୁରୁତର ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ହୋଇଥିବା ଜଣାଇଥିଲେ ।
ଘଟଣାରେ ସୁନୀଲ ବିଶ୍ବକର୍ମା (୪୦) ଏବଂ ତାଙ୍କ ପୁଅ ଶ୍ଲୋକ ବିଶ୍ବକର୍ମାଙ୍କ ଜୀବନ ଚାଲିଯାଇଛି । ଘଟଣା ପରେ ପୋଲିସ ତୁରନ୍ତ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫରେନ୍ସିକ ଟିମ୍ ପହଞ୍ଚିଛି । ଘଟଣା ସ୍ଥଳକୁ ସୁରକ୍ଷିତ କରିଛି । ପରିବାରର ଅନ୍ୟ ସଦସ୍ୟଙ୍କୁ ପଚରାଉଚରା କରାଯାଉଛି ଏବଂ ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଜାରି ରହିଛି ।
