ଗୁଜରାଟରେ ବିରଳ ଦୃଶ୍ୟ, କୂଅ ଭିତରେ ପାଣିର ଢେଉ

add-all

ଗୁଜରାଟ: ଗୁଜରାଟରେ ଅଜବ ଦୃଶ୍ୟ । କୂଅ ଭିତରେ ପାଣିର ଢେଉ । ୧୮ ଫୁଟ ଗଭୀର କୂଅର ପାଣି ହଠାତ ନିଜେ ନିଜେ ଢେଉ ଭଳି ଦୋହଲିବା ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଏହାକୁ ପ୍ରେତାତ୍ମା ବା ଅଲୌକିକ ଶକ୍ତି ବୋଲି ଭାବି ଭୟଭୀତ । ଗୁଜରାଟ ମୋର୍ବି ଜିଲ୍ଲା ଭିରପରଦା ଗାଁର ଏକ କୂଅରେ ତରଙ୍ଗ ଭଳି ଜଳପ୍ରବାହ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି ।

ଏବେ ମୋର୍ବି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭୂବିଜ୍ଞାନୀ ଦଳ ସ୍ଥାନ ପରିଦର୍ଶନ କରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ କୂଅଟି ସମ୍ପୂର୍ଣ୍ଣ ଭର୍ତ୍ତି ହୋଇଯାଇଛି, ଯାହାଫଳରେ ମାଟି ତଳେ ଥିବା ଫାଟଗୁଡ଼ିକରେ ବାୟୁ ଏବଂ କିଛି ଗ୍ୟାସ ଜମି ରହିଯାଇଛି। ଏହି ଚାପି ହୋଇ ରହିଥିବା ପବନ ଯେତେବେଳେ ଉପରକୁ ଆସିବାକୁ ଚେଷ୍ଟା କରେ, ସେତେବେଳେ ପାଣିରେ ଏଭଳି ଭୟଙ୍କର ଢେଉ ସୃଷ୍ଟି ହୁଏ। ଗୁଜରାଟର ଏହି ଅଞ୍ଚଳରେ ଅନେକ ସମୟରେ ଖୁବ୍ ସାମାନ୍ୟ ଭୂତଳ କମ୍ପନ ହୋଇଥାଏ । ପ୍ରଶାସନ ପକ୍ଷରୁ ଲୋକଙ୍କୁ କୌଣସି ଅନ୍ଧବିଶ୍ୱାସରେ ନଭାସି ଶାନ୍ତ ରହିବାକୁ ଅପିଲ କରାଯାଇଛି । ପାଣି ତଳେ ଜମି ରହିଥିବା ବାୟୁ ର ଚଳପ୍ରଚଳ ବୋଲି ଯାଞ୍ଚ ପରେ ଭୂତତ୍ତ୍ୱବିତ୍ ମାନେ ପ୍ରକାଶ କରିଛନ୍ତି।

ଅନ୍ୟପଟେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ମୋର୍ବି ଜିଲ୍ଲାପାଳ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ସ୍ଥାନୀୟ ଭୂତତ୍ତ୍ୱବିତ୍ ମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଗୁଜରାଟ ଭୂତଳ ଜଳ ଅନୁସନ୍ଧାନ ସଂସ୍ଥାନକୁ ଏହି ବିଷୟରେ ସମ୍ପୂର୍ଣ୍ଣ ଅଧ୍ୟୟନ କରି ରିପୋର୍ଟ ଦେବାକୁ କୁହାଯାଇଛି। କୂଅ ଭିତରେ ଚାପି ହୋଇ ରହିଥିବା ପବନ ଯେତେବେଳେ ଉପରକୁ ଆସିବାକୁ ଚେଷ୍ଟା କରେ, ସେତେବେଳେ ପାଣିରେ ଏଭଳି ତରଙ୍ଗ ବା ଢେଉ ସୃଷ୍ଟି ହୋଇଥାଏ ।

ad-week
Leave A Reply

Your email address will not be published.