ମେଟାକୁ ୫୦୦୦ କୋଟି ଜରିମାନା ନିର୍ଦ୍ଦେଶ ଦେଲେ କୋର୍ଟ

add-all

ନୂଆଦିଲ୍ଲୀ : ଇନଷ୍ଟାଗ୍ରାମ ଏବଂ ଫେସବୁକର ମୂଳ କମ୍ପାନୀ Metaକୁ ନ୍ୟୁ ମେକ୍ସିକୋର ଏକ କୋର୍ଟର ବଡ଼ ଝଟକା । ସୋସିଆଲ ମିଡିଆ ଦ୍ୱାରା ଯୁବକମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ କମ୍ପାନୀକୁ କ୍ଷତିପୂରଣ ପାଇଁ ୫୬୭ ନିୟୁତ କିମ୍ବା ୫୦୦୦ କୋଟି ଟଙ୍କା ଦେବାକୁ ମେଟାକୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟୁ ମେକ୍ସିକୋର ଏକ କୋର୍ଟ । ଯାହା ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ , ସହାୟତା, ସଚେତନତା ଓ ଚିକିତ୍ସା ପାଇଁ ବ୍ୟବହାର ହେବ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଦ୍ୱିତୀୟ ପର୍ଯ୍ୟାୟ, ଯାହାକୁ ସୋସିଆଲ ମିଡିଆ କମ୍ପାନୀ ମାର୍ଚ୍ଚ ମାସରେ ହାରିଯାଇଥିଲା ।

ଗୁରୁବାର ବିଳମ୍ବିତ ରାତିରେ ବିଚାରପତି ବ୍ରାଏନ୍ ବିଡସଚିଡ୍ ତାଙ୍କ ରାୟରେ କହିଛନ୍ତି ଯେ ଏହି ଅର୍ଥର ବଡ଼ ଭାଗ ୪୨୦ ନିୟୁତ ଆମେରିକୀୟ ଡଲାର ଯୁବପିଢିଙ୍କ ଚିକିତ୍ସା ପାଇଁ ବ୍ୟବହାର ହେବ । ବାକି ଟଙ୍କା ଆଗାମୀ ୫ବର୍ଷ ମଧ୍ୟରେ ସଚେତନତା ଏବଂ ନିବାରଣ, ସ୍କ୍ରିନିଂ ସେବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଖର୍ଚ୍ଚ ହେବ ।

ପ୍ରଥମ ପର୍ଯ୍ୟାୟରେ ଜୋରିମାନାରେ କୋର୍ଟ ମେଟା ଉପରେ ୩୭୫ ମିଲିୟନ୍ ଆମେରିକୀୟ ଡଲାର ଜୋରିମାନା ଲଗାଇଥିଲେ । ଏବେ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ଥରେ ୫୬୭ ମିଲିୟନ୍ ଆମେରିକୀୟ ଡଲାର୍ ଜରିମାନା କରିଛନ୍ତି । କମ୍ପାନୀ ଜାଣିଶୁଣି ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଛି ଏବଂ ଏହାର ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣ ବିଷୟରେ ସୂଚନା ଲୁଚାଇଛି ବୋଲି ଜୁରି ଜାଣିପାରିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ, ସରକାରୀ ଓକିଲମାନେ ମେଟାରେ ମୌଳିକ ପରିବର୍ତ୍ତନ କାର୍ଯ୍ୟକାରୀ କରିବାକୁ ବିଚାରପତିଙ୍କୁ ଅନୁରୋଧ କରିଥିଲେ। ଏହି ପରିବର୍ତ୍ତନଗୁଡ଼ିକର ଲକ୍ଷ୍ୟ ଥିଲା ନିଶାକର ଫିଚର୍ସକୁ ସୀମିତ କରିବା, ବୟସ ଯାଞ୍ଚକୁ ଉନ୍ନତ କରିବା ଏବଂ ଡିଫଲ୍ଟ ଗୋପନୀୟତା ସେଟିଂ ଏବଂ କଠୋର ତଦାରଖ ମାଧ୍ୟମରେ ଶିଶୁ ଯୌନ ଶୋଷଣକୁ ରୋକାଯିବ ।

ଅନ୍ୟପଟେ ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଶିଶୁ ସମ୍ପର୍କିତ ମାମଲା  ସମ୍ପର୍କରେ ନିଜର ଭୁଲ ସ୍ୱୀକାର କରିଛି । ଏଥିପାଇଁ ସିଇଓ ଜୁକରବର୍ଗ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି । ମେଟା ସିଇଓ ମାର୍କ ଜୁକରବର୍ଗ ସ୍ୱୀକାର କରିଛନ୍ତି ଯେ ଶିଶୁ ଯୌନ ନିର୍ଯାତନା ସମ୍ପର୍କିତ ବିଷୟବସ୍ତୁ ପ୍ରସଙ୍ଗ ଏକ ଭୁଲ ଥିଲା ଏବଂ ଆଗକୁ ଏହାକୁ ସମାଧାନ କରି ଦିଆଯିବ ।

ad-week
Leave A Reply

Your email address will not be published.