ଶିକ୍ଷୟତ୍ରୀଙ୍କ ଠାରୁ ସୁନା ଚେନ ଝାମ୍ପି ନେଲେ ଦୃର୍ବୁତ୍ତ…

add-all

ନୟାଗଡ଼ ,୧୨/୦୮(ନିସର୍ତ୍ତ): ପୁଣି ଫେରିଲା ପଲସର ଆତଙ୍କ ।
କୋଇଲମା ଛକ ନିକଟରେ ଶିକ୍ଷୟତ୍ରୀଙ୍କ ଠାରୁ ସୁନା ଚେନ ଝାମ୍ପି ନେଲେ ତିନି ଦୃର୍ବୁତ୍ତ । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କୋଟଗଡ ଘାଟି ନିକଟରେ ବୁଧବାର ଦିନ ଅପରାହ୍ନ ସମୟରେ ତିନି ଜଣ ଦୃର୍ବୁତ୍ତ ଚୋରି ଉଦ୍ଧେଶ୍ୟରେ ଦୁଇ ଜଣ ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଠାରୁ କିଛି ନ ପାଇବାରୁ କୋଇଲମା ଛକ ନିକଟରେ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ,ଲୋଧାଚୁଆର ତିଳୋତ୍ତମା ଦେଇ ଶିକ୍ଷୟତ୍ରୀଙ୍କ ଠାରୁ ସୁନା ଚେନ ତିନି ଜଣ ଦୃର୍ବୁତ୍ତ ଝାମ୍ପି ନେଇଛନ୍ତି । ଶିକ୍ଷୟତ୍ରୀ ତିଳୋତ୍ତମା ବିଦ୍ୟାଳୟ ଛୁଟି କରି ଆସୁଥିବା ସମୟରେ ଦୃର୍ବୁତ୍ତ ମାନେ କଳା ପଲସରରେ ଶିକ୍ଷୟତ୍ରୀଙ୍କୁ ପିଛା କରି ଆସିଥିଲେ । କୋଇଲମା ଛକ ନିକଟରେ ଶିକ୍ଷୟତ୍ରୀଙ୍କୁ ଏକୁଟିଆ ପାଇ ତାଙ୍କ ଠାରୁ ସୁନା ଚେନ ଲୁଟି ନେଇଥିଲେ। ତେବେ ରାଜସୁନାଖଳା ଫାଣ୍ଡି ଅଧିକାରୀ ସ୍ବାଗତ କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ad-week
Leave A Reply

Your email address will not be published.