
ନୟାଗଡ଼: ସୁଦୃଢ଼ ଗଣତନ୍ତ୍ର ଗଠନରେ ଯୁବପିଢୀର ଦାୟୀତ୍ବ ଶୀର୍ଷକ ଏକ ତର୍କ ପ୍ରତିଯୋଗିତା ଆଜି ନୟାଗଡ଼ ରୋଟାରୀ କ୍ଲବ ତରଫରୁ ୮୦ ତମ ସ୍ବାଧିନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ସଭାପତି ବାସୁଦେବ ସାହୁ, ସଂପାଦକ ଦିଲ୍ଲୀପ ମିଶ୍ର ଓ ଏହି କାର୍ଯ୍ୟକ୍ରମର ସଂଯୋଜକ ଅବିନାଶ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଶିକ୍ଷାବିତ ମହମ୍ମଦ ଓମାର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ କବି ଗୋପୀନାଥ ସେଠୀ ଯୋଗ ଦେଇଥିଲେ ।ନୟାଗଡ଼ ର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ର ଅଷ୍ଟମ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ନେଇ ଏହି ପ୍ରତିଯୋଗିତା ଅତ୍ୟନ୍ତ ରୋଚକ ପୂର୍ଣ୍ଣ ହୋଇଥିଲା । ଅଗଷ୍ଟ ୧୫ ଅପରାହ୍ନରେ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ବୋଲି ସଂପାଦକ ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ରୋଟାରୀ କ୍ଲବ ର ସଦସ୍ୟ ଜି ରଶ୍ମିରାଜ, ମଦନ ମୋହନ ମହାପାତ୍ର, ଶ୍ରୀକୁମାର ରଥ, ଦେବାଶିଷ ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ରଥ ଓ ଧିରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
