ଆସନ୍ତା ୧୭ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

add-all

ଭୁବନେଶ୍ବର: ଆସନ୍ତା ସୋମବାର (ଅଗଷ୍ଟ ୧୭)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଏହି ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍‌ ବାର୍ତ୍ତାରେ ସୂଚନା ଦିଆଯାଇଛି। 

ଆଜି (ଶୁକ୍ରବାର) ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ସୂଚନାରେ ଉଲ୍ଲେଖ ରହିଛି, ମୁଖ୍ୟମନ୍ତ୍ରୀ ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। 

ad-week
Leave A Reply

Your email address will not be published.