ସ୍ବାମୀର ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା : ଫାର୍ମ ହାଉସରେ ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଓଡ଼ଗାଁ ଆଦର୍ଶ ଥାନାରେ ଆତ୍ମ ସମର୍ପଣ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହାଁବାରୀ ପଞ୍ଚାୟତ ବେଲଦୁଆର ଫାର୍ମ ହାଉସରେ ଗୁରୁବାର ରାତିରେ ସ୍ତ୍ରୀ ତପସ୍ଵିନୀ ସାହୁ(୨୯) ଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରି ହାତ ଗୋଡ଼ ବାନ୍ଧି ନିଜ ଫାର୍ମ ହାଉସ ପୋଖରୀକୁ ଫିଙ୍ଗି ଦେବା ପରେ ଦମକଳ କେନ୍ଦ୍ରକୁ ଫୋନ କରିବା ସହିତ ୧୧୨କୁ ଫୋନ କରି ସ୍ତ୍ରୀ ପାଣିରେ ବୁଡ଼ି ମରିଯାଇଥିବା ନେଇ ସୂଚନା ଦେବା ପରେ ଉଭୟ ଦମକଳ ବାହିନୀ ଏବଂ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀ ମୃତ ତପସ୍ଵିନୀର ଶବକୁ ନେଇ ଓଡ଼ଗାଁ ଡାକ୍ତରଖାନାକୁ ଆସିଥିଲା।ବ୍ୟବଚ୍ଛେଦ ଗୃହରେ ଶବ ରଖି ସାରିବା ପରେ ସ୍ବାମୀ କାଳୁ ଓରଫ ବକ୍ସି ପ୍ରଧାନ ଓଡ଼ଗାଁ ଥାନାରେ ଆତ୍ମ ସମର୍ପଣ କରିଥିଲା। ତେବେ ଯୌତୁକ ବାବଦରେ ଏକଲକ୍ଷ ଟଙ୍କା ବାପଘରୁ ଆଣିବାକୁ ସ୍ବାମୀ ବକ୍ସି ପ୍ରଧାନ ତପସ୍ଵିନୀଙ୍କୁ ବାରମ୍ବାର ବାଧ୍ୟ କରୁଥିଲେ ତାକୁ ନେଇ ପରିବାର ଲୋକଙ୍କ ପ୍ରରୋଚନାରେ ବକ୍ସି ପ୍ରଧାନ ସ୍ତ୍ରୀ ତପସ୍ଵିନୀକୁ ମାରିଦେଇଥିବା ନେଇ ତପସ୍ଵିନୀଙ୍କ ମା ଭାରତୀ ସାହୁ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ସ୍ବାମୀର ପରକୀୟା ପ୍ରୀତିକୁ ସନ୍ଦେହ କରି ତପସ୍ଵିନୀ ପ୍ରଶ୍ନ ଉଠାଇବାରୁ ଗୁରୁବାର ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଉଭୟେ ପିଟାପିଟି ହୋଇଥିଲେ। ସ୍ବାମୀ ଠେଙ୍ଗା ଧରି ପିଟିବାକୁ ଗୋଡାଇବାରୁ ସ୍ତ୍ରୀ ତପସ୍ଵିନୀ ଦୌଡ଼ି ପଳାଇଗଲା।ନଫେରିବାରୁ ସ୍ବାମୀ ଖୋଜିବା ବେଳେ ଫାର୍ମ ହାଉସ ପୋଖରୀରୁ ତପସ୍ଵିନୀର ମୃତ ଶବ ପାଇଥିଲା।ପରେ ଏ ସଙ୍କ୍ରାନ୍ତରେ ସେ ଶାଶୁଘର ଲୋକଙ୍କୁ ଜଣାଇବା ସହିତ ୧୧୨କୁ ଏବଂ ଦମକଳ ବାହିନୀକୁ ଫୋନ୍ କରିଥିଲା। ଗୁରୁବାର ରାତିରେ ସାଢ଼େ ୦୩ ବର୍ଷର ଝିଅ ବାପା ମାଙ୍କ ଝଗଡ଼ା ଦେଖିଥିଲା।ସେ ରାତି ୧୦ଟା ବେଳେ ଶୋଇପଡ଼ିବା ପରେ ଅନ୍ୟ ଯାହା ଘଟିଚି ସେ ଜାଣିନଥିଲା। ଶରଣକୁଳ ଥାନା ହରିହରପୁର ଗାଁ ନୟାଗଡ଼ ଜିଲ୍ଲାର ଅନ୍ୟତମ ଶାରୀରିକ ଶିକ୍ଷକ(ପିଇଟି) ଭାବରେ ଜଣାଶୁଣା ସ୍ବର୍ଗତ ଶ୍ୟାମଘନ ସାହୁଙ୍କ ସାନ ଝିଅ ତପସ୍ଵିନୀ ନୟାଗଡ଼ ସଦର ଥାନା ଢେଙ୍କେଣା ଗ୍ରାମର ବକ୍ସି ପ୍ରଧାନଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୁଏ। ଏବଂ ଏକାଧିକ ଥର ସମାଧାନ ହୋଇଥିବା ବେଳେ ଗତ ୨୦୨୪ ଡିସେମ୍ବର ମାସ ୧୫ ତାରିଖ ସମାଧାନ ପରେ ସ୍ବାମୀ ସ୍ତ୍ରୀ ଏକାଠି ବେଲଦୁଆର ଫାର୍ସ ହାଉସରେ ରହୁଥିଲେ। ତେବେ ଅଭିଯୋଗ ଯାହା ହେଉନା କାହିଁକି ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୂର୍ଣ୍ଣାଙ୍ଗ ତଦନ୍ତ ପ୍ରକ୍ରିୟା ସରିବା ପରେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ। ଏବେ ମୃତ ସରସ୍ଵତୀର ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପରିବାର ଓ ସମ୍ପର୍କୀୟ ଲୋକେ ନ୍ୟାୟ ପାଇଁ ଏବେ ଓଡ଼ଗାଁ ଆଦର୍ଶ ଥାନାରେ ଅପେକ୍ଷା କରିଛନ୍ତି।

ad-week
Leave A Reply

Your email address will not be published.