
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ବିଧାୟକଙ୍କ ପାଇଁ ଚର୍ଚ୍ଚାରେ ରହି ଆସିଛି। ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଆସିକା ବିଜୁ ପଟ୍ଟନାୟକ ଛକ ଠାରୁ ପାକଲା ପଲ୍ଲୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ଡ଼ିଭାଇଡର ନିର୍ମାଣ କରାଯାଇ ଥିଲା। ଆସିକା କଳିଙ୍ଗା ରୋଡ଼ ରାସ୍ତାରେ ଥିବା ବାଲାଜୀ ହାଉସିଂ ଭିତରେ ଆସିକା ବିଧାୟକଙ୍କ ଗୃହ ନିର୍ମାଣ ଚାଲିଛି। କୁଆଡ଼େ ବିଧାୟକଙ୍କ ସ୍ୱାର୍ଥ ସାଧନ ପାଇଁ ଜାତୀୟ ରାଜପଥ ପ୍ରାଧିକାରଣ ଦ୍ୱାରା ନିର୍ମିତ ହୋଇଥିବା ଡ଼ିଭାଇଡର ଚାରି ଦିନ ହେଲା ଭଙ୍ଗା ଯାଇଥିବା ଚର୍ଚ୍ଚା ହେଉଛି। ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ତଥା ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ରାସ୍ତା ମଝିରେ ଡିଭାଇ ଡର ନିର୍ମାଣ କରୁଛନ୍ତି। ଜଣେ ବ୍ୟକ୍ତିର ସ୍ୱାର୍ଥ ପାଇଁ ଡ଼ିଭାଇଡର ଭାଙ୍ଗି ଦେବା ଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ବଢ଼ି ଯାଇଛି। କାହା ନିର୍ଦେଶ ଓ ଚାପରେ ରେ ଜାତୀୟ ରାଜପଥ ଉପରେ ନିର୍ମାଣ ହୋଇଥିବା ଡ଼ିଭାଇଡର କେଉଁ ବିଭାଗ ଭାଙ୍ଗିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସଚେତନ ମହଲ ରୁ ଦାବୀ ହେଉଛି।
