ଚାନ୍ଦପୁର ମଣ୍ଡଳରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

add-all

ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଚାନ୍ଦପୁର ମଣ୍ଡଳ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଅଛି ।ସ୍ୱାଧୀନ ଚିନ୍ତାଧାରା, ଦେଶପ୍ରେମ ଓ ଜାତିପ୍ରେମର ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହେଉଅଛି ।ଏହି ଅବସରରେ ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ଚାନ୍ଦପୁରଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଅପରାହ୍ନ ସାଢ଼େ ୧୨ ଟାରେ ଚାନ୍ଦପୁର ସ୍ଥିତ ମୋହନ ମହିଳା ମହାବିଦ୍ୟାଳୟ ଠାରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା ।ଏହି ତ୍ରିରଙ୍ଗା ଶୋଭାଯାତ୍ରା ସମୟରେ ତ୍ରିରଙ୍ଗା ଯାତ୍ରାରେ ସାମିଲ ଥିବା ସମସ୍ତଙ୍କୁ ଗୋଟିଏ ଗୋଟିଏ ତ୍ରିରଙ୍ଗା ପତାକା ପ୍ରଦାନ କରଯାଇଥିଲା। ଚାନ୍ଦପୁର ର ସ୍କୁଲ୍ ଓ କଲେଜ ର ଛାତ୍ର ଛାତ୍ରୀ ମାନେ ୧୨୦ ମିଟର ଲମ୍ବର ଏକ ତ୍ରିରଙ୍ଗା ପତାକା ଧରି ତ୍ରିରଙ୍ଗା ଶୋଭାଯାତ୍ରା ରେ ସାମିଲ୍ ହୋଇଥିଲେ ।

ତାଙ୍କ ସହିତ ହାତରେ ତ୍ରିରଙ୍ଗା ପତାକା ଧରି ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଦେଶାତ୍ମବୋଧକ ନାରା ଦେଇ ଚାନ୍ଦପୁର ବଜାର ପରିକ୍ରମା କରି ଚାନ୍ଦପୁର ଗୋପବନ୍ଧୁ ଛକ ନିକଟରେ ଥିବା ଉକ୍ତଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତ ରେ ବାଚସ୍ପତି ସୁରମା ପାଢ଼ୀ ମାଲ୍ୟାର୍ପଣ କରିଥିଲେ ଏବଂ ତା ପରେ କନ୍ଧନୟାଗଡ ପଞ୍ଚାୟତ ନିକଟସ୍ଥ ଶହୀଦ ରଘୁ ଦିବାକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରଯାଇଥିଲା। ସର୍ବ ଶେଷରେ କନ୍ଧନୟାଗଡ ସ୍ଥିତ ମା ଡୋମଣି ମନ୍ଦିର ନିକଟରେ ପହଞ୍ଚିଥିଲେ ।ଏହି ଶୋଭାଯାତ୍ରା ରେ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିବା ଜଣାପଡ଼ିଛି ।ଏହି ଶୋଭାଯାତ୍ରାରେ ଓଡ଼ିଶା ବିଧାନସଭାର ମାନନୀୟା ବାଚସ୍ପତି ସୁରମା ପାଢ଼ୀ ସାମିଲ୍ ହୋଇଥିଲେ । ତ୍ରିରଙ୍ଗା ଆମର ପ୍ରାଣ, ପରିଚୟ ଏବଂ ପଥ ପ୍ରଦର୍ଶକ, ରାଷ୍ଟ୍ରୀୟ ଧ୍ଵଜର ଗୌରବ ଏବଂ ସମ୍ମାନକୁ ବିଶ୍ଵ ଦରବାରରେ ସର୍ବ ଶ୍ରେଷ୍ଠ ସ୍ଥାନରେ ପ୍ରତିଷ୍ଠିତ କରାଇବା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା ବୋଲି ସୁରମା ପାଢ଼ୀ ମା ଡୋମଣି ମନ୍ଦିର ପରିସରରେ ଉଦବୋଧନ ଦେଇଥିଲେ ।ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେପି ଉପସଭାପତି ପରେଶ ଚନ୍ଦ୍ର ମିଶ୍ର, ଜିଲ୍ଲା ଉପସଭାପତି ନିର୍ମଳ କୁମାର ମତଗଜସିଂହ,ବିଜେପିର ଚାନ୍ଦପୁର ମଣ୍ଡଳ ସଭାପତି ଅକ୍ଷୟ କୁମାର ସାହୁ, ଗୋପାଳପୁର ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର,ଚାନ୍ଦପୁର ମଣ୍ଡଳ ର ଦୁଇ ସାଧାରଣ ସମ୍ପାଦକ ଗଣେଶ୍ୱର ମାନ୍ଧାତା,ରାଜେଶ କୁମାର ମହାପାତ୍ର,ଅଭିଷେକ ସାମନ୍ତରାୟ, ଶୁଶାନ୍ତ ମଲ୍ଲିକ,ଶିବପ୍ରସାଦ ସାହୁ, ସଞ୍ଜୟ ସିଂହ,ବସନ୍ତ ଖମାରୀ, ସୁବର୍ଣ୍ଣ ସିଂହ ଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ, ବିଦ୍ୟାର୍ଥୀ, ଜନସାଧାରଣ, ମାତୃଶକ୍ତି, ଛାତ୍ରଛାତ୍ରୀ ଏବଂ ଯୁବଶକ୍ତି ବିପୁଳ ଉତ୍ସାହର ସହିତ ଯୋଗ ଦେଇଥିଲେ ଏହି ଶୋଭାଯାତ୍ରା ରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ମଧ୍ୟ ସାମିଲ ହୋଇ ଦେଶପ୍ରେମର ବାର୍ତ୍ତା ଦେଇଥିଲେ ।

ତ୍ରିରଙ୍ଗା ପତାକା ଧରି ‘ଭାରତ ମାତା କି ଜୟ’ ନାରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ସର୍ବ ଶେଷରେ ତ୍ରିରଙ୍ଗା ପତାକା ହାତରେ ଧରି ‘ବନ୍ଦେ ମାତରମ୍’ ଏବଂ ‘ଭାରତ ମାତାକୀ ଜୟ’ ଉଦଘୋଷକ ତତ୍କାଳୀନ ବ୍ରିଟିଶ ଶାସନକୁ ଅସ୍ତଗାମୀ କରିବାର ଚିରସାକ୍ଷୀ । ଆସନ୍ତୁ ରାଷ୍ଟ୍ରୀୟ ଧ୍ଵଜ,ରାଷ୍ଟ୍ର ଗାନ ଏବଂ ଜାତୀୟ ସଙ୍ଗୀତରେ ଥିବା ରାଷ୍ଟ୍ର ନିର୍ମାଣର ଭାବନାକୁ ହୃଦୟଙ୍ଗମ କରି ଦେଶକୁ ପ୍ରଗତି ପଥରେ ଆଗେଇ ନେବା ବୋଲି ସମସ୍ତେ ଶପଥ ନେଇଥିଲେ ।

ad-week
Leave A Reply

Your email address will not be published.