
ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଅଭିନୟ ଓ ନୃତ୍ୟର ଶିକ୍ଷା କେନ୍ଦ୍ର ରଙ୍ଗଶାଳା ଉଦ୍ଘାଟିତ ହୋଇଯାଇଛି। ମଞ୍ଚ ନାଟକ ଓ ଚଳଚ୍ଚିତ୍ର ଅଭିନେତା କ୍ଷେତ୍ରରେ କଳାକାରମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ପୂର୍ବକ ଶିକ୍ଷା ସହିତ ଅଭିନୟ କଳା ପ୍ରଦର୍ଶନର ତାଲିମ ପ୍ରଦାନ କରାଯିବା ଲକ୍ଷ୍ୟରଖି ବ୍ରହ୍ମପୁର ସହର ତୁଳସୀ ନଗର ନବମ ଲାଇନରେ ରଙ୍ଗଶାଳା ଆରମ୍ଭ ହୋଇଛି। ଉକ୍ତ ଅନୁଷ୍ଠାନ ମୁଖ୍ୟ ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ରବି ନାରାୟଣ ବେହେରାଙ୍କ ପିତା ଦିବ୍ୟ ସିଂହ ବେହେରାଙ୍କ କରକମଳରେ ଶୁକ୍ରବାର ଦିନ ଶୁଭାରମ୍ଭ ହୋଇଛି। ଏହି ଅନୁଷ୍ଠାନ ଦ୍ୱାରା ଜାତୀୟ ସ୍ତରୀୟ ଅଭିନୟ ଶିକ୍ଷା ଅନୁଷ୍ଠାର ଗୁଡିକର ପ୍ରଶିକ୍ଷକଗଣ ତାଲିମ ପ୍ରଦାନ କରିବେ। ଏଥି ନିମିତ୍ତ ପ୍ରଥମ୍ ପର୍ଯ୍ୟାୟରେ ଆଲୱାର୍ ରାଜସ୍ଥାନ ରୁ ଡ. ଦେଶରାଜ ମୀନା, ପଶ୍ଚିମ ବଙ୍ଗରୁ ଗୌତମ ହାଲଦାର , ଓଡ଼ଶାର ଚଳଚ୍ଚିତ୍ର ଅଭିନେତା ଜୟ ପ୍ରକାଶ ଚୌଧୁରୀ, ପଶ୍ଚିମ ବଙ୍ଗରୁ ମୋନାଲିସା ଦାସ ଏଵଂ ରବି ନାରାୟଣ ବେହେରାଙ୍କ ଦ୍ୱାରା ଶିକ୍ଷା ପ୍ରଦାନ କରାଯିବ।
ଅନୁଷ୍ଠାନ ପକ୍ଷରୁ ପ୍ରଥମ ଅଭିନୟ କାର୍ମଶାଳା ଚାଳିତ ମାସ ୨୫ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟାପୀ ଅନୁଷ୍ଠିତ ହେବ, କର୍ମଶାଳା ପରେ ଚଳଚ୍ଚିତ୍ର ନିର୍ମାଣ କରାଯିବ। ସର୍ବ ଭାରତୀୟ ସଙ୍ଗୀତ ଓ ସଂସ୍କୃତି ପରିଷଦ ସ୍ୱୀକୃତି ପ୍ରାପ୍ତ ପକ୍ଷରୁ ଅଭିନୟ ଓ ନୃତ୍ୟ ଶିକ୍ଷା ପ୍ରଦାନ କରାଯାଇ ପ୍ରମାଣ ପତ୍ର ପ୍ରଦାନ ହେବ। ଅନୁଷ୍ଠାନ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ଯୁବ ପିଢ଼ିକୁ ଗୁଣାତ୍ମକ ଅଭିନୟ କଳା ଶିକ୍ଷା ପ୍ରଦାନ କ୍ଷେତ୍ରରେ ଯଥେଷ୍ଟ ସହାୟକ ହେବ ବୋଲି ଉପସ୍ଥିତ ମଞ୍ଚ କଳାକାର, କଳାପ୍ରେମୀ, ବୁଦ୍ଧିଜୀବୀ ମତବ୍ୟକ୍ତ କରିଥିଲେ। ବରିଷ୍ଠ କୃଷ୍ଠ ଚରଣ ସିଂହ, ନାଟ୍ୟ ପ୍ରଦୀପ ମଦନ ମିଶ୍ର, ଓଡ଼ଶା ନାଟକ ସମାରୋହ ସମିତି ସଭାପତି ଅନିଲ ପାତ୍ର, ଶାଶ୍ଵତୀ ଅନୁଷ୍ଠାନ ସଭାପତି ରାମଚନ୍ଦ୍ର ଚନ୍ଦ୍ର ସାସମଲ, ମହାନ୍ ସଂଘ ସୁଶାନ୍ତ ସାବତ, ନାଟ୍ୟକାର ଲିଙ୍ଗରାଜ ନାହାକ, ଅନ୍ୱେଷା କଳା କେନ୍ଦ୍ର ମୁଖ୍ୟ ଉଷାରାଣୀ ମହାପାତ୍ର, ଛତ୍ରପୁର କଳିଙ୍ଗ କଳା ପରିଷଦ ର କଳା ସଂଗଠକ ଅରୁଣ କୁମାର ଶତପଥୀ, ସୀମାଞ୍ଚଳ ଦାଶ, କୈଳାସ ପାଣିଗ୍ରାହୀ, ସରୋଜ ପଣ୍ଡା, ବିକାଶ ଅନୁଷ୍ଠାନର ଉପ ସଭାପତି ଜ୍ଯୋତି କୃଷ୍ଣ ବେହେରା, ଅବନୀ ଗୟା ପ୍ରମୂଖ ଉପସ୍ଥିତ ଥିଲେ।
