ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସମେତ ୬ ସ୍ଥାନକୁ ବୋମା ଧମକ

add-all

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀର ହାଇକୋର୍ଟ ସମେତ ରାଜଧାନୀର ୬ ଟି ସ୍ଥାନକୁ ବୋମା ଧମକ ମିଳିଛି । ଧମକ ପାଇବା ପରେ ସୁରକ୍ଷା ଏଜେନ୍ସିଗୁଡିକ ସକ୍ରିୟ ହେବା ସହ ଯାଞ୍ଚକୁ ଜୋରଦାର ଆରମ୍ଭ କରିଛିନ୍ତି । ଇ-ମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଥିବା ସୂଚନା ମିଳିଛି । ଯେଉଁଥିରେ ଦିଲ୍ଲୀ ହାଇକୋର୍ଟ ସହିତ ଜିଲ୍ଲା କୋର୍ଟ, ଲାଲକିଲ୍ଲା ଏବଂ ଟ୍ରେନଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯିବାର ଉଲ୍ଲେଖ ରହିଛି ।

ସୂଚନାନୁଯାୟୀ, ଜାମା ନଗର ହାଉସ୍, ଝଣ୍ଡେୱାଲାନ୍ ବିଲଡିଂ, ଏମବି ସାକେତ ଅଫିସ୍, ଜିଲ୍ଲା ମାଜିଷ୍ଟ୍ରେଟ୍ ଅଫିସ୍, ଆଇଜିଆଇ ବିମାନବନ୍ଦରର ଟର୍ମିନାଲ 3 ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ଏସଡିଏମ୍ ଅଫିସ୍ ସମେତ ପାଞ୍ଚଟି ସ୍ଥାନକୁ ବୋମା ଧମକ ମିଳିଥିଲା । କଲ୍ ପାଇବା ପରେ ତୁରନ୍ତ ବମ୍ ସ୍କ୍ୱାଡ୍, ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସକ୍ରିୟ କରାଯାଇଥିଲା । ଫଳରେ ସେହି ସ୍ଥାନଗୁଡିକୁ ଯାଞ୍ଚ କରାଯାଇଥିଲା । ହେଲେ ଅନେକ ଖୋଜାଖୋଜି ସତ୍ତ୍ବେ ମଧ୍ୟ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି । ଏଥିସହ ବୋମା ଧମକ ମିଳିଥିବା ଏହି ଇ-ମେଲରେ ଉଲ୍ଲେଖ ଥିଲା ଯେ, BOMB Blast Delhi High Court @ 2:11 PM ।  ଯେଉଁଥିରେ ଅଗଷ୍ଟ ୧୫ ତାରିଖରେ ବିସ୍ଫୋରଣ ହେବ ବୋଲି ଦାବି କରାଯାଇଛି ।

ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟର ଯୁଗ୍ମ ସଚିବ ଆଡଭୋକେଟ୍ କୁନାଲ କହିଛନ୍ତି ଯେ, ବୋମା ଧମକ ମିଥ୍ୟା ପରି ମନେ ହେଉଛି । ସବୁକିଛି ନିୟନ୍ତ୍ରଣରେ ରହିଛି । ବମ୍ ସ୍କ୍ୱାଡ୍ ଏବଂ ସ୍ନିଫର କୁକୁରମାନେ ଅଞ୍ଚଳକୁ ସ୍କାନ କରୁଛନ୍ତି । ଏବେ କୌଣସି ବିପଦ ନାହିଁ।

ad-week
Leave A Reply

Your email address will not be published.