
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ ଟି ପ୍ରଶ୍ନ ଚିହ୍ନଟ କରିଛନ୍ତି । ଏହାରି ମଧ୍ୟରେ ଲୋକମାନଙ୍କୁ ସେମାନଙ୍କର ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଜାତି ଏବଂ COVID-19 ଟୀକାକରଣ ସ୍ଥିତି ସମ୍ପର୍କରେ ପ୍ରଶ୍ନ କରାଯିବ । ଏହା ୧୯୩୧ମସିହା ପରେ ପ୍ରଥମ ବ୍ୟାପକ ଜାତି ଜନଗଣନା ହେବ । ଯାହା ୨୦୨୭ ଜନଗଣନା ଭାରତର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ୍ ଜନଗଣନା ହେବ ।
ଜନଗଣନାର ଦ୍ବିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଅଧିସୂଚିତ କରିଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ ଲୋକମାନଙ୍କୁ ସେମାନଙ୍କର ଅନୁସୂଚିତ ଜାତି, ଜନଜାତି ଏବଂ ଜାତି ସମ୍ବନ୍ଧୀୟ ସୂଚନା ଦେବାକୁ କୁହାଯିବ । ସେହି ୪୦ଟି ପ୍ରଶ୍ନ ମଧ୍ୟରେ ବ୍ୟକ୍ତିଙ୍କ ନାମ,ମୁଖିଆଙ୍କ ସହ ସମ୍ପର୍କ, ଲିଙ୍ଗ, ଜନ୍ମ ତାରିଖ ଏବଂ ବୟସ, ବୈବାହିକ ସ୍ଥିତି, ବିବାହ ବୟସ, ଜୀବନସାଥୀଙ୍କ ନାମ, ଜାତୀୟତା, ଧର୍ମ, ଅନୁସୂଚିତ ଜାତି (SC) / ଅନୁସୂଚିତ ଜନଜାତି (ST) / ଜାତି, ପିତାଙ୍କ ବିବରଣୀ,ମାଆଙ୍କ ବିବରଣୀ, ଅକ୍ଷମତା, ମାତୃଭାଷା ଏବଂ ଅନ୍ୟାନ୍ୟ ଭାଷାର ଜ୍ଞାନ, ସାକ୍ଷରତା ଏବଂ ଡିଜିଟାଲ୍ ସାକ୍ଷରତାର ସ୍ଥିତି, ଶିକ୍ଷାନୁଷ୍ଠାନରେ ଶିକ୍ଷାର ସ୍ଥିତି, ହାସଲ କରିଥିବା ସର୍ବୋଚ୍ଚ ଶିକ୍ଷା ସ୍ତର ଏବଂ ଷ୍ଟ୍ରିମ୍/ବିଷୟ, ଗତ ବର୍ଷ ଯେକୌଣସି ସମୟରେ କାମ କରିଥିଲେ, ଅର୍ଥନୈତିକ କାର୍ଯ୍ୟକଳାପର ବର୍ଗ, ବ୍ୟବସାୟ, ଶିଳ୍ପ, ବାଣିଜ୍ୟ କିମ୍ବା ସେବାର ପ୍ରକୃତି, ଶ୍ରମିକଙ୍କ ଶ୍ରେଣୀ, ଅଣ-ଆର୍ଥିକ କାର୍ଯ୍ୟକଳାପ, କାମ ଖୋଜୁଛନ୍ତି କିମ୍ବା କାମ ପାଇଁ ଉପଲବ୍ଧ, କାମକୁ ଯାତ୍ରା, ଜନ୍ମସ୍ଥାନ, ପୂର୍ବତନ ବାସସ୍ଥାନ, ସ୍ଥାନ ପରିବର୍ତ୍ତନର କାରଣ, ସ୍ଥାନାନ୍ତର ପରେ ଏହି ଗ୍ରାମ/ସହରରେ ରହିବାର ଅବଧି, ସ୍ଥାୟୀ ବାସସ୍ଥାନର ଠିକଣା, ବର୍ତ୍ତମାନ ରହୁଥିବା ପିଲାମାନଙ୍କ ସଂଖ୍ୟା, ଜୀବିତ ଜନ୍ମ ହୋଇଥିବା ପିଲାଙ୍କ ସଂଖ୍ୟା, ଗତ ଏକ ବର୍ଷ ମଧ୍ୟରେ ଜୀବିତ ଜନ୍ମ ସଂଖ୍ୟା, COVID-19 ଟୀକାକରଣର ସ୍ଥାନ, ମୋଟ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା, ମୋବାଇଲ୍ ନମ୍ବର, ଆଧାର ନମ୍ବର, ଭୋଟର ପରିଚୟ ପତ୍ର ନମ୍ବର, ପାସପୋର୍ଟ ନମ୍ବର, ଡ୍ରାଇଭିଂ ଲାଇସେନ୍ସର ଉପଲବ୍ଧତା ସାମିଲ ରହିବ ।
ଅନ୍ୟପଟେ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଏବଂ କାଶ୍ମୀର ଭଳି ତୁଷାରପାତ ଅଞ୍ଚଳଗୁଡ଼ିକରେ ଏହି ପ୍ରକ୍ରିୟା ସେପ୍ଟେମ୍ବର ୧ ତାରିଖରେ ଆରମ୍ଭ ହେବ ।
