ଶାଳିଆ ପ୍ରେସ କ୍ଲବ ତରଫରୁ ସ୍ୱାଧୀନତା ଦିବସ ପାଳିତ

Independence

ଚିଲିକା (ସଂଗ୍ରାମ ରଣା ) : ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବ ପକ୍ଷରୁ କ୍ଳବ ପରିସରରେ ୮୦ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ବରିଷ୍ଠ ସମାଜସେବୀ ସୁନୀଲ ମାନସିଂହ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସଭାପତି ଅଜିତ କୁମାର ସାହୁ ଜାତୀୟ ସଂଗୀତ ଗାନ କରିବା ସହିତ ସ୍ୱାଧୀନତା ଦିବସର ସଭା କୁ ପରିଚାଳନା କରିଥିଲେ।ଉକ୍ତ ସମାରୋହରେ କ୍ଲବର ସଦସ୍ୟ ମାନେ ଉପସ୍ଥିତ ରହି ଜାତୀୟ ପତାକା ତ୍ରିରଙ୍ଗାକୁ ନମନ କରି ଜାତୀୟ ସଙ୍ଗୀତ ଗାନ କରିବା ସହ ଭାରତ ମାତା କି ଜୟ,ବନ୍ଦେ ମାତରଂ ଏବଂ ମହାପୁରୁଷ ମାନଙ୍କ ଜୟ ଧ୍ଵନୀ ଦେଇଥିଲେ।ଦେଶକୁ ସ୍ଵାଧୀନ କରିଥିବା ମହାପୁରୁଷ,ସେମାନଙ୍କ ବଳିଦାନ,ଆଦର୍ଶ କୁ ନେଇ ସମସ୍ତ ସଦସ୍ୟ ନିଜ ନିଜର ଅଭିଭାଷଣରେ ମତ ରଖିଥିଲେ।ପରିଶେଷରେ ସଂଘକୁ ସୁଦୃଢ଼ କରିବା ପାଇଁ ସଂଘୀୟ ମନୋବୃତ୍ତ ସାଙ୍ଗକୁ ନିରପେକ୍ଷ ଖବର ପ୍ରସାରଣ କରିବାକୁ ସମସ୍ତ ସଦସ୍ୟ ସଂକଳ୍ପ କରିଥିଲେ।

ଅନୁରୂପ ଭାବେ ବାଲୁଗାଁ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ,ବାଲୁଗାଁ ଥାନା,ସରକାରୀ ও କାର୍ଯ୍ୟାଳୟ, ଆସୋସିଏସନ,ସଂଘ,କ୍ଲବ ମାନଙ୍କରେ ୮୦ ତମ ସ୍ବାଧୀନତା ଦିବସ ବହୁ ଧୁମଧାମରେ ସହ ପାଳିତ ହୋଇଯାଇଛି। ଏହି ଅବସରରେ ସଭାପତି ସମସ୍ତଙ୍କୁ ଜଣାଇଛନ୍ତି କି ଯେତେବେଳେ ବି କେହି ଗରିବ ନିଷ୍ପେସିତ କୌଣସି କ୍ଷେତ୍ରରେ ଅସହାୟ ର ଶିକାର ହୁଅନ୍ତି ତେବେ ସଂଘ କିଛି ଖବର ପାଇବାକ୍ଷଣି ସାଙ୍ଗେ ସାଙ୍ଗେ ସଂଘ ତରଫରୁ ସମସ୍ତ ପ୍ରକାରର ସହଯୋଗ କରାଯିବ।

ad-week
Leave A Reply

Your email address will not be published.