ଜାତି ପ୍ରମାଣପତ୍ର ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

Independence

ମାଲକାନଗିରି : ଜାତି ପ୍ରମାଣପତ୍ର ଜାରି ପାଇଁ ଯାଞ୍ଚ ରିପୋର୍ଟ ଦେବା ନିମନ୍ତେ ୮ ହଜାର ଟଙ୍କା ଲାଞ୍ଚ ନେଇ ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମାଲକାନଗିରି ତହସିଲ ଅଧୀନ ଝରାପାଲି ସର୍କଲର ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ସୁରଜ ବାଲା।

ସୂଚନା ଅନୁଯାୟୀ, ଜଣେ ଆବେଦନକାରୀ ତାଙ୍କ ପତ୍ନୀଙ୍କ ନାମରେ ଅନୁସୂଚିତ ଜାତି (ଏସ୍‌ସି) ପ୍ରମାଣପତ୍ର ପାଇଁ ସରକାରୀ ନିୟମ ଅନୁସାରେ ଅନଲାଇନ୍‌ରେ ଆବେଦନ କରିବା ସହ ଆବଶ୍ୟକ ଫି’ ଜମା କରିଥିଲେ। ତେବେ ଆବେଦନର ଯାଞ୍ଚ ରିପୋର୍ଟ ଦେବାରେ ଆର୍‌ଆଇ ସୁରଜ ବାଲା ବିଳମ୍ବ କରିବା ସହ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଏବେ ୮ ହଜାର ଟଙ୍କା ଏବଂ କାମ ହେବା ପରେ ଅବଶିଷ୍ଟ ୨ ହଜାର ଟଙ୍କା ଦେବାକୁ ସେ କହିଥିଲେ।

ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଆଜି ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଝରାପାଲି ସର୍କଲ କାର୍ଯ୍ୟାଳୟରେ ଜାଲ ବିଛାଇଥିଲା। ଅଭିଯୋଗକାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଆର୍‌ଆଇ ସୁରଜ ବାଲାଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୮ ହଜାର ଟଙ୍କା ଜବତ କରାଯାଇଛି।

ଲାଞ୍ଚ ଜାଲ ପରେ ଆର୍‌ଆଇ ସୁରଜ ବାଲାଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି (ଡିଏ) ଦିଗରୁ ଏକକାଳୀନ ଚଢ଼ାଉ ଜାରି ରହିଛି।

ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନା କେସ୍ ନମ୍ବର ୧୯/୨୦୨୬, ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ଆର୍‌ଆଇ ସୁରଜ ବାଲା ପୂର୍ବରୁ ମଧ୍ୟ ଏକ ଭିଜିଲାନ୍ସ ଟ୍ରାପ୍ ମାମଲାରେ ଜଡ଼ିତ ଥିଲେ। କୋରାପୁଟ ଭିଜିଲାନ୍ସ ଥାନା କେସ୍ ନମ୍ବର ୩୩/୨୦୨୩ରେ ଏକ ଇସି ମାମଲାରେ ଉପସ୍ଥିତି ନୋଟିସ୍ ଜାରି ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଥିଲା। ଉକ୍ତ ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି।

ad-week
Leave A Reply

Your email address will not be published.