ନୟାଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା

ନୟାଗଡ଼: ନୟାଗଡ଼ ବାଇପାସ୍‌ରେ ଭୋରରୁ ଭୟଙ୍କର ବସ୍ ଦୁର୍ଘଟଣା। ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଉଥିବା ଘରୋଇ ବସ୍‌ଟି ନୟାଗଡ଼ ବାଇପାସ୍‌ରେ ନିୟନ୍ତ୍ରଣ ହରାଇ ରାସ୍ତାରୁ ତଳକୁ ଖସିପଡ଼ିଥିଲା। ଘଟଣାଟି ରାତି ପ୍ରାୟ ୨ଟା ସମୟରେ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ବସ୍‌ଟି ଓଲଟିଯାଇଥିଲା। ସମ୍ମୁଖ କାଚ ଭାଙ୍ଗିଯିବା ପରେ ଯାତ୍ରୀମାନେ ସେହି ବାଟ ଦେଇ ବାହାରକୁ ଆସିଥିଲେ। ଉଦ୍ଧାରକାରୀ ଦଳ ଆହତମାନଙ୍କୁ ନୟାଗଡ଼ ହସ୍ପିଟାଲକୁ ନେଇଥିଲେ। ଡ୍ରାଇଭରଙ୍କ ସମେତ ଅନେକ ଯାତ୍ରୀ ଆହତ ହୋଇଥିବାବେଳେ, ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ରିପୋର୍ଟ ହୋଇଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରହିଛ ।

ad-week
Leave A Reply

Your email address will not be published.