ଆହତଙ୍କ ପାଇଁ ନିଜ ଗାଡ଼ି ଦେଇ ମାନବିକତାର ପରିଚୟ ଦେଲେ ଯୁବ ଜିଲ୍ଲାପାଳ…

Independence

ମାଲକାନଗିରି: ସଡ଼କ ଦୁର୍ଘଟଣାରେ ପାଇଁ ନିଜ ସରକାରୀ ଗାଡ଼ିରେ ଡାକ୍ତରଖାନା ପଠାଇ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ଜିଲ୍ଲାପାଳ।

ଆହତ ବ୍ୟକ୍ତିଙ୍କୁ ଦେଖି ସେ ୧୦୮ ଆମ୍ବୁଲାନ୍ସ କିମ୍ବା ଅନ୍ୟ ବ୍ୟବସ୍ଥା ପାଇଁ ଅପେକ୍ଷା ନକରି, ସମୟର ଗୁରୁତ୍ୱକୁ ବୁଝି ତୁରନ୍ତ ନିଜ ଗାଡ଼ିରେ ଡାକ୍ତରଖାନା ପଠାଇଥିଲେ। କିଛି ସମୟ ପରେ ନିଜେ ଡାକ୍ତରଖାନାକୁ ଯାଇ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ବୁଝିଥିଲେ।

ଏହି ଘଟଣା ଆମ ସମାଜକୁ ଏକ ବଡ଼ ବାର୍ତ୍ତା ଦେଉଛି—ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରଥମ କିଛି ମିନିଟ୍ ଅତ୍ୟନ୍ତ ମୂଲ୍ୟବାନ। ତେଣୁ ଦୁର୍ଘଟଣା ଦେଖି ଭିଡ଼ କରିବା କିମ୍ବା ଭିଡିଓ କରିବା ବଦଳରେ ଆହତଙ୍କୁ ସୁରକ୍ଷିତ ଭାବେ ତୁରନ୍ତ ଚିକିତ୍ସା ସହାୟତା ପହଞ୍ଚାଇବାକୁ ଆଗେଇ ଆସନ୍ତୁ।

ad-week
Leave A Reply

Your email address will not be published.