ନୟାଗଡ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିଶା ନିବାରଣ ରାଷ୍ଟ୍ରୀୟ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

Independence

ନୟାଗଡ଼ : ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ଶ୍ରୀମତୀ ସରୋଜା ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନତାରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ତରଫରୁ ରାଷ୍ଟ୍ରୀୟ ନିଶା ନିବାରଣ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ, ଛାତ୍ରୀ,ଓ ସ୍ଵେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ । ଅଧ୍ୟକ୍ଷା ଶ୍ରୀମତୀ ଷଡ଼ଙ୍ଗୀ ସମସ୍ତଙ୍କୁ “ନିଶା ଠାରୁ ନିଜକୁ, ପରିବାରକୁ,ପଡୋଶୀ ଓ ମିତ୍ର ମାନଙ୍କୁ ଦୂର ରେ ରଖି ନିଜର ଜିଲ୍ଲା, ରାଜ୍ୟ ଓ ନିଜ ଦେଶକୁ ମୁକ୍ତ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା”ର ଶପଥ ପାଠ କରାଇଥିଲେ । ଭାରତକୁ ନିଶା ମୁକ୍ତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବ ଶକ୍ତି ର ଆବଶ୍ୟକ ରହିଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ ଷଡ଼ଙ୍ଗୀ ନିଜର ବକ୍ତବ୍ୟ ରଖିଥିଲେ । ଯୁବ ରେଡକ୍ରସ୍ କାଉନସିଲର ଶ୍ରୀମତୀ ମିନାକ୍ଷୀ ବାଳା ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ad-week
Leave A Reply

Your email address will not be published.