ନିଶା ଚକୋଲେଟ୍ ଖୁଆଇ ୩ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ

Independence

ରାଇରଙ୍ଗପୁର : ନିଶା ଚକୋଲେଟ୍ ଖୁଆଇ ୩ ଛାତ୍ରୀଙ୍କୁ ଅପହରଣ ପାଇଁ ଉଦ୍ୟମ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳର ଏକ ସ୍କୁଲ ପରିସରରୁ ତିନି ଜଣ ପ୍ରାଥମିକ ସ୍କୁଲ ଛାତ୍ରୀଙ୍କୁ ନିଶା ଚକୋଲେଟ ଦେଇ ଅପହରଣ ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ । ବିଦ୍ୟାଳୟ ପରିସରରେ ପିଲାମାନେ ଖେଳୁଥିବା ସମୟରେ ଏକ ସ୍କୁଟିରେ ତିନି ଜଣ ଯୁବକ ଆସି ପହଞ୍ଚିଥିଲେ । ସେମାନେ ବଳପୂର୍ବକ ତିନି ଜଣ ଛାତ୍ରୀଙ୍କୁ ନିଶା ଯୁକ୍ତ ଚକୋଲେଟ୍ ଖୁଆଇବାକୁ ଚେଷ୍ଟା କରିଥିଲେ । ଛାତ୍ରୀମାନେ ଏହାକୁ ଖାଇବାକୁ ମନା କରିବାରୁ, ଦୁର୍ବୃତ୍ତ ମାନେ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଚକୋଲେଟ ଖାଇବା ପରେ ତିନି ଜଣଯାକ ଛାତ୍ରୀ ଅଚେତ ହୋଇ ପଡ଼ିଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହାୟତାରେ ତୁରନ୍ତ ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ତିରିଂ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଫେରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଚଳାଇଛି ପୋଲିସ।

ad-week
Leave A Reply

Your email address will not be published.