
ମୟୁରଭଞ୍ଜ: ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗରେ ଫାଣ୍ଡି ଅଧିକାରୀ ସସପେଣ୍ଡ । କାର୍ଯ୍ୟରେ ଅବହେଳା ଓ ନିଜ ଦାୟିତ୍ୱ ପାଳନରେ ଅବହେଳା ଅଭିଯୋଗରେ ମୟୂରଭଞ୍ଜ ମୋରଡା ଥାନା ଅଧୀନ ଚିତ୍ରଡା ଫାଣ୍ଡିରେ କାର୍ଯ୍ୟରତ ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି। ଚିତ୍ରଡା ଅଞ୍ଚଳରେ ମଦ ମାଫିଆଙ୍କ ସହ ଫାଣ୍ଡି ଅଧିକାରୀଙ୍କ ସମ୍ପର୍କକୁ ନେଇ ଅଡିଓ ଭାଇରାଲ ହୋଇଥିଲା । ଅଡିଓ ଭାଇରାଲ ପରେ ପୋଲିସ ବିଭାଗର ଉପରିସ୍ଥ ଅଧିକାରୀଙ୍କ ନଜରକୁ ଆସିଥିଲା। ତଦନ୍ତ ପରେ କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱ ପାଳନରେ ତ୍ରୁଟି ଅଭିଯୋଗରେ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଡୁପାଲି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବନ କରିଛନ୍ତି ।
ତଦନ୍ତ ପରେ ASI ଭୀମସେନ ମଲ୍ଲିକଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱ ପାଳନରେ ତ୍ରୁଟି ଅଭିଯୋଗ ଆସିଥିଲା । ଏହାକୁ ଆଧାର କରି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଡୁପାଲି ତାଙ୍କୁ ନିଲମ୍ବନ କରିଛନ୍ତି । ତେବେ ଭାଇରାଲ ହୋଇଥିବା ଅଡିଓରେ ଥିବା ଅଭିଯୋଗ ଓ ଏହାର ସତ୍ୟତା ସମ୍ପର୍କରେ ତଦନ୍ତ ପରେ ହିଁ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ । ପୁଲିସ ବିଭାଗ ପକ୍ଷରୁ ଏହି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଥିବା ବେଳେ ଦାୟିତ୍ୱରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ଆଗକୁ ମଧ୍ୟ ଶୃଙ୍ଖଳାଗତ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।
