
ନୟାଗଡ଼: ନୟାଗଡ ବଣିକ ସଂଘ ଆନୁକୁଲ୍ୟରେ ବୋଲବମ୍ ସେବାସଂଘ , ନୟାଗଡ ଦ୍ବାରା ମହାପ୍ରଭୁ ଶିବଙ୍କ ସମ୍ପର୍କିତ ଭଜନ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ମ୍ୟୁନିସିପାଲିଟୀ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କାଉନସିଲର ତଥା ସଭପତି ଜାନକୀ ବଲ୍ଲଭ ଜେନା,ପରିମଳ ଅଧକାରୀ ପ୍ରଦୀପ୍ତ କୁମାର ଦାଶ ଙ୍କ ଉପସ୍ଥିତିରେ ଅଧ୍ୟାପକ ଆଶୁତୋଷ ମିଶ୍ରଙ୍କ ସଂଯୋଜନାରେ ଓଡ଼ିଶାର ଲବଧ ପ୍ରତିଷ୍ଠିତ କଳାକାର ମାନେ ଆଗେଇ ନେଇଥିଲେ l ଶାନ୍ତି ଶୃଙ୍ଖଳାର ସହ ଏହି ଆଧ୍ୟାତ୍ମିକ କାର୍ଯ୍ଯକ୍ରମକୁ ହଜାର ହଜାର ବୋଲବମ୍ ଭକ୍ତଙ୍କ ସମେତ ଜନସାଧାରଣ ଉପଭୋଗ କରୁଥିବା ଦେଖାଯାଇଛି l
