ମଦୁଆ ଙ୍କ ହାଇ ଡ୍ରାମା :ଏକ ଘଣ୍ଟା କାଳ ରାସ୍ତା କଲେ ଅବରୋଧ…

Independence


ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ପଂଚାୟତର ମାଣିକ ପାଟଣା ମେଡିକାଲ ଛକ ନିକଟରେ ଗତକାଲି ଅପରାହ୍ନରେ ତିନିଜଣ ମଦୁଆଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ରାସ୍ତା ଉପରେ ସୋଇ ବାହାଡ଼ା ଝୋଲା ମାଣିକ ପାଟଣା ରାସ୍ତା ଏକ ଘଣ୍ଟା ରୁ ଉର୍ଦ୍ଧ ସମୟ ବନ୍ଦ କରି ଦେଇଥିଲେ। ଫଳରେ ଦୁଇ ସାଇଟ୍ ଗାଡ଼ି ମଟର ଅଟକି ରହିଥିଲା। ଖବର ପାଇ ବାହାଡ଼ା ଝୋଲା ପୋଲିସ ଓ ଓଡ଼ଗାଁ ଥାନା ଷ୍ଟାଫ୍ ପହଂଚି ମଦୁଆଙ୍କୁ ବୁଝାସୁଝା କରି ରାସ୍ତା ରୁ ଉଠାଇବା ସହିତ ରାସ୍ତା ଅବରୋଧ ହଟାଇ ଜିବା ଆସିବା ସ୍ୱଭାବିକ କରିଥିଲେ।
ଅଂଚଳର ବୁଦ୍ଧିଜୀବୀ ଙ୍କ ମତ ଏହି ଅଂଚଳରେ ଦୁଇଟି ସରକାରୀ ମଦ ଦୋକାନ ରହିଥିବା ବେଳେ ଅଚଳ ଏକ ବେବସାଇକ ପେଣ୍ଠସ୍ଥଳୀ ଭାବେ ନା ରହିଛି। ଏଣୁ ବାହାଡ଼ା ଝୋଲା ଫାଣ୍ଡି କୁ ଥାନା ର ମାନ୍ୟତା ପ୍ରଦାନ ସହିତ ଆବଶ୍ୟକୀୟ ଷ୍ଟାଫ୍ ଯୋଗାଇ ଦେବାପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.