ଓଡ଼ଗାଁ ବ୍ଲକରେ ହିତାଧିକାରୀ ମାନଙ୍କୁ ମିଳିନି ୩ମାସର ଭତ୍ତା

Independence

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ଅର୍ଦ୍ଧାଧିକ ହିତାଧିକାରୀ ମାନଙ୍କୁ ମିଳିନି ୩ମାସ ହେଲା ମିଳିନି ଭତ୍ତା ଟଙ୍କା।ଭତ୍ତା ଟଙ୍କା ନମିଳିବାରୁ କିଏ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ ଅଫିସ, ଜମା ଖାତା ଧରି ବ୍ୟାଙ୍କକୁ ଦୌଡ଼ୁଛନ୍ତି । ମାତ୍ର ସେମାନଙ୍କୁ ବାରମ୍ବାର ନିରାଶ ହୋଇ ଫେରିବାକୁ ପଡୁଛି ।ଏହି ଭତ୍ତା ଟଙ୍କା ଅନେକ ଅସହାୟଙ୍କ ଦୈନନ୍ଦିନ ଖର୍ଚ୍ଚ, ଔଷଧ ଖର୍ଚ୍ଚ ପରି ଜରୁରୀ ଆବଶ୍ୟକତା ପୂରଣ କରୁଛି । ଏହି ମାହାଙ୍ଗା ଯୁଗରେ ମିଳୁଥିବା ଭତ୍ତା ଟଙ୍କା ପ୍ରତିମାସରେ ନମିଳିବା ଯୋଗୁଁ ବାରମ୍ବାର ପଞ୍ଚାୟତ, ବ୍ଲକ, ବ୍ୟଙ୍କକୁ ଦୌଡିବା ହିତାଧିକାରୀ ମାନଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରୁଛି।ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ଲାଭ ଯେପରି ସମସ୍ତ ହିତାଧିକାରୀ ମାନଙ୍କୁ ମିଳିପାରିବ ତାର ବିହିତ ପଦକ୍ଷେପ ନେବା ସହିତ ଓଡ଼ଗାଁ ବ୍ଲକରେ ନୂଆ ଭତ୍ତା ପାଇଁ ଆବେଦନ କରିଥିବା ପ୍ରାୟ ୧୫ଶହ ଆବେଦନକାରୀ ମାନଙ୍କୁ ଖୁବଶୀଘ୍ର ଭତ୍ତା ପ୍ରଦାନ କରିବା ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ଦାବି ହୋଇଛି।

ad-week
Leave A Reply

Your email address will not be published.