ବିଜୁ ମହିଳା ଜନତାଦଳର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ହେଲେ ସୁସଂଗଠିକା ଅନିମା

Independence

ଆସିକା : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର ମୟୂରଭଂଜ, ବାଲେଶ୍ୱର, ଗଞ୍ଜାମ, କଟକ ମହାନଗର ସାଙ୍ଗଠନିକ ଜିଲ୍ଲାର ମହିଳା ସଭାନେତ୍ରୀ ଏବଂ କାର୍ଯ୍ୟକାରୀ ସଭାନେତ୍ରୀ ମାନଙ୍କ ନାମ ଘୋଷଣା କରିଛନ୍ତି । ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜିଲ୍ଲା ଅନ୍ୟତମ କାର୍ଯ୍ୟକାରୀ ସଭାନେତ୍ରୀ ରୂପେ ସୁସଂଗଠିକା ତଥା ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡାଙ୍କୁ ନିଯୁକ୍ତି କରିଥିବାରୁ ଦଳୀୟ ନେତା ଓ କର୍ମୀଙ୍କ ଠାରୁ ଆରମ୍ଭ କରି ଶୁଭେଚ୍ଛୁ ଓ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳୁଛି ।

ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ରୂପେ ନିଯୁକ୍ତି ପାଇଥିବା ଜିଲ୍ଲା ପରିଷଦ ସଦସ୍ୟା ସୁସଂଗଠିକା ଶ୍ରୀମତୀ ଅନିମା ପରିଡାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ସାଙ୍ଗକୁ ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସମବାୟବିତ୍‍ ସୂର୍ଯ୍ୟକାନ୍ତ ପରିଡାଙ୍କ ପ୍ରେରଣାରେ ରାଜନୀତିରେ ପାଦ ଥାପି ନିଜର ସାଙ୍ଗଠନିକ ଦକ୍ଷତା ବଳରେ ଗୋଟିଏ ପରେ ଗୋଟିଏ ସଫଳତା ପାଇଚାଲିଥିବା ବିଜୁ ମହିଳା ଜନତା ଦଳର ନବନିଯୁକ୍ତ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ତଥା ସୁସଂଗଠିକା ଶ୍ରୀମତୀ ଅନିମା ପରିଡା ଏହି ନିଯୁକ୍ତି ପାଇଁ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ନେତ୍ରୀ ସୁଜାତା ରାଉତ, ବିଜେଡି ନେତା ଭି.କାର୍ତ୍ତିକେୟନ୍‍ ପାଣ୍ଡିୟାନ୍‍, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ ଓ ଶ୍ରୀମତୀ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁ, ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଭଗବାନ ଗନ୍ତାୟତ, ପୂର୍ବତନ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ଜଣାପଡିଛି ।

ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ରୂପେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶା ଓ ଭରସା ଜିଣି ନିଯୁକ୍ତି ପାଇଥିବା ସୁସଂଗଠିକା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡାଙ୍କୁ ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ନଚିକେତା ସ୍ୱାଇଁ, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ପ୍ରସନ୍ନ କୁମାର ତ୍ରିପାଠୀ, ଦିଲୀପ କୁମାର ପାଣିଗ୍ରାହୀ, ଭବାନୀ ଶଙ୍କର ମଲିକ, ଆସିକା ନଗର ବିଜେଡି ସଭାପତି ଏମ୍‍.ତାରିଣୀ ସେନାପତି, ଆସିକା ନଗର ବିଜେଡିର ମହିଳା ସଭାନେତ୍ରୀ ଏମ୍‍.ରଶ୍ମିତା ସେନାପତି, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା ଓ ନିର୍ଦ୍ଦେଶକ ଇଂ ସଚ୍ଚିଦାନନ୍ଦ ରାଉତ ଏବଂ ଅଶ୍ୱିନୀ କୁମାର ବିଷୋୟୀ ଓ ରିଙ୍କି ପୋଲାଇ ଏବଂ ଭଗବାନ ବେହେରା, ସରପଞ୍ଚ ଜୟସେନ ସ୍ୱାଇଁ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ବିଜେଡି ନେତା ଅଜୟ କୁମାର ମହାରଣା, ନାଗାର୍ଜୁନ ବିଷୋୟୀ, ସନ୍ତୋଷ କୁମାର ନାୟକ, ସନ୍ତୋଷ କୁମାର ପୋଲାଇ, ଶିବଶଙ୍କର ମହାନ୍ତି, ଜି.ସୂର୍ଯ୍ୟପ୍ରକାଶ ରାଓ, ଅମୂଲ୍ୟ କୁମାର ଉପାଧ୍ୟାୟ, ରଂଜନ ବିଷୋୟୀ, ଟୁକୁନା ପରିଡା, ମାନସ ରଂଜନ ଗୌଡ, କୈଳାଶ ଚନ୍ଦ୍ର ପ୍ରଧାନ, ଶିବପ୍ରସାଦ ଶତପଥୀ, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ ଏବଂ ନିରଞ୍ଜନ ଜେନା, ବିଜେଡି ନେତା ଜିତେନ୍ଦ୍ର କୁମାର ବିଷୋୟୀ, ଜିତେନ୍ଦ୍ର କୁମାର ମହାରଣା, ଆକାଶ ସ୍ୱାଇଁ, କେଶବ ଦାଶ, ସତ୍ୟନାରାୟଣ ସାମନ୍ତରା, କାହ୍ନୁଚରଣ ଦଳେଇ, ସାଇରାଜ ଦଳେଇ, ବିମଳ ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ଜଣାପଡିଛି ।

ad-week
Leave A Reply

Your email address will not be published.