ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଇଦ-ମିଲାଦୁନ୍ ନବୀ ଆସିକା ରେ ପାଳିତ…

Independence


ଆସିକା: ଆଜି ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଭାବେ ଇଦ୍-ମିଲା ଦୁନ୍ ନବୀ ଧୁମଧାମ ରେ ଗଞ୍ଜାମ ଜିଲ୍ଲାରେ ପାଳିତ ହୋଇଯାଇଛି। ଜିଲ୍ଲାର ଆସିକା ସହର ରେ ଇଦ-ମିଲାଦୁନ୍ ନବୀ ଅବସରରେ ସହର ପରିକ୍ରମା କରିବା ସହ ମହାପୁରୁଷ ମହମ୍ମଦ ଜୀବନୀ ଉପରେ ଚର୍ଚ୍ଚା କରାଯାଇ ଥିଲା। ଆସିକା ଜାମିଆ ମସଜିଦ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ୱାର୍ଡ ପରିକ୍ରମା କରାଯାଇଥିଲା ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଆସିକା ଜାମିଆ ମସଜିଦର ସାହି ଇମାମ ସାନାୱାଜ୍ ହୁସେନ ମହାପୁରୁଷ ମହମ୍ମଦଙ୍କ ଜୀବନୀ ଉପରେ ଚର୍ଚ୍ଚା କରିଥିଲେ। ଆସିକା ବିଧାୟକ ସରୋଜ ପାଢ଼ୀ ଓ ତାଙ୍କର କର୍ମୀ ମାନେ ଜୁଲୁସ ରେ ସାମିଲ ହୋଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମୁନାଫ ସରିଫ, ଇମାମା ଅବଦୁଲ ମାନାନ୍ ସାହେବ, ଶେଖ ସାଜିଦ, ନାଶେର ସାରିଫ, ମେହେମୁଦ ସାରିଫ,ୱାଲି ମହମ୍ମଦ, ଅବଦୁସ ସମ୍ମି, ଅବଦୁଲ ରିଜୱାନ, ରାଶିଦ ଅଲ୍ଲୀ, ସୟଦ ଇମିତାଜ, ହୁସେନ ସରିଫ,ମେହେମୁଦ ଖାନ, ଅଲ୍ଲୀଖାନ, ଆବୁ ଖାନ, ସୟଦ ୱାସିମ, ଶେଖ ଆସଲାମ, ରିଆଜ ମହମ୍ମଦଙ୍କ ସମେତ ଆସିକା ଓ କୋଟିନଡ଼ା ଅଞ୍ଚଳର ବହୁ ମୁସଲିମ ସମ୍ପ୍ରଦାୟର ଲୋକେ ଅଂଶ ଗ୍ରହଣ କରିଥିଲେ। ଆସିକା ଥାନା ପକ୍ଷରୁ ପୋଲିସ ସୁରକ୍ଷାର ର ବନ୍ଦୋବସ୍ତ କରାଯାଇଥିଲା।( ଆସିକାରୁ ଡ଼ି ଏନ୍ ବେହେରା)

ad-week
Leave A Reply

Your email address will not be published.