ଟ୍ରେନ୍ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ

Independence

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ଖମାରୀପଡା ଗ୍ରାମ ନିକଟରେ ଗୁରୁବାର ଅପରାହ୍ନରେ ଟ୍ରେନ୍ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଲକ୍ଷ୍ମଣ ଦାସ। ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଖଣ୍ଡପଡ଼ା ଗ୍ରାମର ଧର୍ମେନ୍ଦ୍ର ଦାଶଙ୍କ ପୁଅ ଲକ୍ଷ୍ମଣ ଦାସ ସମ୍ଭବତଃ ଅନ୍ୟମନସ୍କ ହୋଇ ରେଳଧାରଣା ଉପରେ ବୁଲୁଥିବା ବେଳେ ଭୁବନେଶ୍ବର-ପୁରୁଣାକଟକ ଟ୍ରେନ୍ ଧକ୍କା ଦେଇଥିଲା। ଏଥିରେ ବାଳକର ଗୋଡ଼ ଓ ହାତ ଭାଙ୍ଗି ଯାଇଥିଲା। ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେl
ଖବର ପାଇ ବଘିଆପଡ଼ା ଫାଣ୍ଡି ଏଏସଆଇ ବ୍ରହ୍ମlନନ୍ଦ ପ୍ରଧାନ ଓ ବୌଦ୍ଧ ପିସିଆର ସନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ବାଳକ ମୁଣ୍ଡାପଡ଼ା ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ବୋଲି ସୂଚନା ମିଳିଛି। ଲକ୍ଷ୍ମଣଙ୍କ ମୃତ୍ୟୁରେ ଖଣ୍ଡପଡ଼ାରେ ଶୋକର ଛାୟା ଖେଳି ଯାଇଛି।

ad-week
Leave A Reply

Your email address will not be published.