ନିଶାମୁକ୍ତ ଭାରତ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Independence

ଖୋର୍ଦ୍ଧା : ନାଚୁଣୀ ଥାନା ପକ୍ଷରୁ ଆଜି ନାଚୁଣୀସ୍ଥିତ ହରିପୁର ଉଚ୍ଚ ବିଦ୍ୟାଳୟ ସଲପଡି ଉଚ୍ଚ ବିଦ୍ୟାଳୟ ଓ ନାଚୁଣୀ ମହାବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ଓ ସାଇବର ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ନାଚୁଣୀ ଥାନା ଅଧିକାରୀ ଛାତ୍ରଛାତ୍ରୀମାନଙ୍କୁ ନିଶା ସେବନ ଦ୍ୱାରା ଶରୀର, ପରିବାର ଓ ସମାଜ ଉପରେ ପଡୁଥିବା କୁପ୍ରଭାବ ସମ୍ପର୍କରେ ସଚେତନ କରାଇବା ସହିତ ନିଶାଠାରୁ ଦୂରେଇ ରହି ଏକ ସୁସ୍ଥ, ସୁନ୍ଦର ଓ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ସେହିପରି ବର୍ତ୍ତମାନ ସମୟରେ ବଢ଼ୁଥିବା ସାଇବର ଅପରାଧ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ମୋବାଇଲ ଫୋନର ଅପବ୍ୟବହାର, ଅନଲାଇନ୍ ଠକେଇ, ସୋସିଆଲ ମିଡିଆରେ ଫଟୋ ଓ ବ୍ୟକ୍ତିଗତ ତଥ୍ୟ ସେୟାର କରିବା ସମୟରେ କିପରି ସତର୍କ ରହିବେ, ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କୌଣସି ଅଜଣା ଲିଙ୍କରେ କ୍ଲିକ୍ ନକରିବା ଏବଂ କାହା ସହିତ ମଧ୍ୟ OTP କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ସେୟାର ନକରିବାକୁ ପରାମର୍ଶ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଉଭୟ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ମହାବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିବା ସହିତ ସ୍ଥାନୀୟ ହରିପୁର ସରପଞ୍ଚ ଙ୍କ ପ୍ରତିନିଧି, ବିଜୁ ଜନତା ପାର୍ଟି ର ସୁମନ୍ତ ପଟ୍ଟନାୟକ ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.