ଛେଣ୍ଡ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ

Independence

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ଛେଣ୍ଡ ଥାନା ଅନ୍ତର୍ଗତ ସେକ୍ଟର-୨୦ କମ୍ୟୁନିଟି ସେଣ୍ଟର ପରିସରରେ ‘ଆମ ପୋଲିସ ସମିତି’ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମିତିର ସଦସ୍ୟ, ସ୍ଥାନୀୟ ଅଧିବାସୀ ଓ ପୋଲିସ ଅଧିକାରୀମାନେ ଯୋଗଦେଇ ଅଞ୍ଚଳର ବିଭିନ୍ନ ସମସ୍ୟା ସହ ଜନସୁରକ୍ଷା, ଆଇନଶୃଙ୍ଖଳା ଓ ଅପରାଧ ନିରୋଧ ନେଇ ଆଲୋଚନା କରିଥିଲେ।

ବୈଠକରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ପାରସ୍ପରିକ ବିଶ୍ୱାସ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଞ୍ଚଳରେ ଘଟୁଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ମତାମତ ଶୁଣିବା ସହ ସେଗୁଡ଼ିକର ସମାଧାନ ପାଇଁ ପୋଲିସ ଓ ସମୁଦାୟ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା।

ଏଥିସହ ସୁରକ୍ଷା ଓ ନିରାପତ୍ତା ସମ୍ପର୍କିତ ସଚେତନତା ବୃଦ୍ଧି, ଅପରାଧ ନିରୋଧରେ ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଯୋଗ ଏବଂ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ପୋଲିସକୁ ତୁରନ୍ତ ସୂଚନା ଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଏଭଳି ବୈଠକ ମାଧ୍ୟମରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମିବା ସହ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଅପରାଧମୁକ୍ତ ସମାଜ ଗଠନରେ ସମୁଦାୟର ଭୂମିକା ଆହୁରି ସୁଦୃଢ଼ ହେବ ବୋଲି ମତ ପ୍ରକାଶ ପାଇଥିଲା।

ad-week
Leave A Reply

Your email address will not be published.