ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବୀରମିତ୍ରପୁର ବିଧାୟକ

Independence
ବୀରମିତ୍ରପୁର: ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେଡି ସଂଖ୍ୟାଲଘୁ ସେଲ୍‌ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ତାଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଥିବାରୁ ସେ ନବୀନଙ୍କୁ ସାକ୍ଷାତ କରି କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଅବସରରେ ରୋହିତ ଜୋସେଫ ତିର୍କୀ ଦଳ ତାଙ୍କ ଉପରେ ରଖିଥିବା ଆସ୍ଥାକୁ ସମ୍ମାନ ଦେଇ ସଂଗଠନକୁ ଆହୁରି ସୁଦୃଢ଼ କରିବା ଦିଗରେ ଆନ୍ତରିକତାର ସହ କାର୍ଯ୍ୟ କରିବେ ବୋଲି କହିଥିଲେ। ବିଶେଷକରି ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ମଜବୁତ କରିବା ଏବଂ ଦଳର କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଥିଲେ।

ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ସମୟରେ ବିଧାୟକଙ୍କ ସହ ଯୁବ ନେତା ସୋମନାଥ ରାହା, ବିଧାୟକଙ୍କ ଆଇନ ପରାମର୍ଶଦାତା ତଥା ଛାତ୍ର ନେତା ଏମ୍‌ଡି ଏଜାଜ ଆଲାମ ଓ ଏମ୍‌ଡି ସାକିବ ରଜା ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.