ଚଳିତ ବର୍ଷ ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ

Independence

ଭୁବନେଶ୍ୱର : ଚଳିତ ବର୍ଷ ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୧.୪୨ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି । ଧାନ ବିକ୍ରି ପାଇଁ ୧୯ ଲକ୍ଷରୁ ଅଧିକ ଚାଷୀ ଗତବର୍ଷ ପଞ୍ଜୀକରଣ କରିଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ବେଶ୍‌ ବୃଦ୍ଧି ପାଇଥିବା ପରିଲିକ୍ଷିତ ହୋଇଛି । ଯାହାକୁ ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ପଞ୍ଜୀକରଣ ହୋଇଛି ବୋଲି କୁହାଯାଉଛି । ଚାଷୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଧାନ ବିକ୍ରି ପାଇଁ ପଞ୍ଜୀକରଣ ଅବଧିକୁ ୭ ଦିନ ବୃଦ୍ଧି କରିଥିଲେ ସରକାର । ବର୍ଦ୍ଧିତ ସମୟ ମଧ୍ୟରେ ମଧ୍ୟ ଅନେକ ଚାଷୀ ପଞ୍ଜୀକରଣ କରିଛନ୍ତି ।

ତେବେ ଏବେ ପଞ୍ଜୀକରଣର ଅବଧି ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଯାହାଫଳରେ ପଞ୍ଜୀକରଣ ପ୍ରକ୍ରିୟା ଏବେ ଶେଷ ହୋଇଛି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଥିବାରୁ ଧାନ କିଣା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ସରକାରଙ୍କ ପାଇଁ ଏବେ ଗୁରୁତ୍ୱପୂର୍ଣ୍ଣ ହେବ ।

ad-week
Leave A Reply

Your email address will not be published.