କୋମା ରେ ଅବକାରୀ ବିଭାଗ..! ଚଢ଼ାଉ କରୁଛି ପୋଲିସ…
ଅବକାରୀ ବିଭାଗ ଆଜି ଅଦରକାରୀ ବିଭାଗ, ମଦ ମାଫିଆ ଙ୍କ ଏବେ ଏଜେଣ୍ଟ…!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଷାକ୍ତ ମଦ ବଳୟ ମଧ୍ୟରେ ଆସିକା ଚିକିଟି ମଦ ମୃତ୍ୟ ପରେ ମଧ୍ୟ ଚେତୁନାହିଁ ଅବକାରୀ ବିଭାଗ। ପୋଲିସ ପକ୍ଷରୁ ଚଢ଼ାଉ ୧୪୪୦ ଲିଟର ଦେଶୀମଦ ସହିତ ମିନି ଟ୍ରକ,ବାଇକ ଜବତ, ଦୁଇ ଗିରଫ,ଜଣେ ଫେରାର
ଗତକାଲି ବିଳମ୍ବିତ ରାତ୍ରୀ ରେ କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରି ଙ୍କ ନେତୃତ୍ୱରେ ପୋଲିସ ର ଏକ ଟିମ ପୂର୍ବ ସୂଚନା ପ୍ରକାରେ କଲେଜ ଛକ ଅଞ୍ଚଳ ରେ ଯାଉଥିବା ଏକ ମହିନ୍ଦ୍ରା ମିନି ଟ୍ରକ କୁ ଯାଞ୍ଚ ବେଳେ ସେଥିରୁ ୧୪୪୦ ଲିଟର ଦେଶୀ ମଦ ଜବତ ହୋଇଛି। ମଦ ଖଲ୍ଲିକୋଟ ରୁ ଆସିକା ବ୍ଳକ କୋଟିନଡ଼ା ଥାନା ଅନ୍ତର୍ଗତ ଗୋଲାପଲ୍ଲୀ ନିକଟରେ ଥିବା ଏରଗୋଲା ବସ୍ତି କୁ ଆସୁଥିଲା । ମିନି ଟ୍ରକ ଆଗରେ ପୋଲିସ ର ଗତିବିଧି ଲକ୍ଷ କରୁଥିବା ଏ ଶ୍ରୀନୁ ପୋଲିସ କୁ ଦେଖି ବାଇକ ଛାଡି ଫେରାର ହୋଇଥିବା ବେଳେ ପୋଲିସ ଏ ଅର୍ଜୁନ ଓ ଗାଡି ଚାଳକ ଶମ୍ଭୁ ସାହୁ କୁ ଗିରଫ କରି ତଦନ୍ତ କରୁଛି ଚାଲାଣ ରେ କେଉଁ ମାନେ ସଂପୃକ୍ତ ତାହାର ତଦନ୍ତ ଚାଲିଛି। ୩୬ ଅଖା ମଧ୍ୟରେ ୭୨ ଟି ପଲିଥିନ ରେ ୧୪୪୦ ଲିଟର ମଦ ଜବତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆସିବା ରେ ବେଆଇନ ମଦ ପ୍ରସ୍ତୁତି ସହିତ ବାହାରୁ ବେଆଇନ ଭାବେ ଏତେ ପରିମାଣରେ ମଦ ଆସିବା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ପାଲଟିଛି। ଆଗକୁ ପାର୍ବଣ ଋତୁ ଥିବା ବେଳେ ବେଆଇନ ମଦ ବିକ୍ରି ଓ ପ୍ରସ୍ତୁତି ଉପରେ ଚଢ଼ାଉ ଜୋରଦାର ହେବ ବୋଲି ସେ କହିଛନ୍ତି। ଆସିକା ରେ ଦେଶୀ ଓ ବିଦେଶୀ ମଦ ର ଯେଭଳି ବହୁଳ ବିକ୍ରି ହେଉଛି ତାହାକୁ ଦେଖିଲେ ଲାଗୁଛି ଏଠି ଅବକାରୀ ନୀତି କିଛି କାମ କରୁନାହିଁ। କିଛି ବର୍ଷ ପୂର୍ବେ ବେଆଇନ ମଦ ବ୍ୟବସାୟ କୁ ନେଇ ଆସିକା ରେ ବହୁ ସଂଖ୍ୟକ ମୁଣ୍ଡ ଗଡ଼ିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ପୁଣି ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବେଳେ ବେଆଇନ ମଦ ବ୍ୟବସାୟ ପୋଲିସ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି। ମଦ ବ୍ୟବସାୟ ରେ ଅପରାଧୀ ଗୋଷ୍ଠୀ ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାଗିଦାରୀ ଓ ସକ୍ରିୟ ଅଂଶ ରହୁଥିବା ବେଳେ ମଦ ବ୍ୟବସାୟ ରୁ ଅପରାଧିକ ଗୋଷ୍ଠୀ ଅପରାଧ ପାଇଁ ଟଙ୍କା ପାଉଛନ୍ତି। ଏଭଳି ସ୍ଥିତି ରେ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତି ର କୁଟୀର ଶିଳ୍ପ ପାଲଟିଛି ଆସିକା। ଆସିକାର ହୋଟେଲ ରେଷ୍ଟୁରାଣ୍ଟ ପାନ ଦୋକାନ,କିରାଣୀ ଦୋକାନରେ ଯେଭଳି ମଦ ବିକ୍ରି ହେଉଛି ତାହା ଆସିକା ରେ ଅବକାରୀ ବିଭାଗ ର କୌଣସି ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉନଥିବା ଅନୁମାନ ହେଉଛି। ଆସିକା ଅବକାରୀ ଥାନା ଠାରୁ କିଛି ଦୂରରେ ଜାତୀୟ ରାଜ ପଥ ରାସ୍ତା କଡରେ ହୋଟେଲ ଖୋଲାଯାଇ ଦିନ ଦିପହର ରେ ବେଆଇନ ମଦ ଅବାଧ ବିକ୍ରି ହେଉଛି। ଆସିକା ର ବହୁ ମଦ ଦୋକାନ ର ଲାଇସେନ୍ସ ଦିଆ ଯାଇଥିଲା ବେଳେ ପ୍ରଚୁର ପରିମାଣ ର ବିଦେଶୀ ମଦ ଆସିକା କୁ ଆସୁଛି। ବାହାରୁ ସ୍ପିରିଟ ଆଣି ସେଥିରେ ଏସେନ୍ସ, କଲର ମିଶାଇ ବୋତଲ ରେ ଭର୍ତି କରି ବିକ୍ରି ହେଉଛି। ଆସିକାରେ ଏତେ ପରିମାଣରେ ମଦ ପ୍ରତିଦିନ ପ୍ରସ୍ତୁତ ହେଉଥିବା ବେଳେ ଅବକାରୀ ବିଭାଗ କେବଳ ନିରବ ଦ୍ରଷ୍ଟା। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏହି କୁଟୀର ଶିଳ୍ପ ଦିନକୁ ଦିନ ବୃଦ୍ଧି ପାଉଛି।ବାଲିସିରା କମାଗଡ଼,ଦନ୍ତାରିବଗଡ଼,ଅସୁରାଇ ପଲ୍ଲୀ,ମାମୁଡିହ ସମେତ ଆସିକା ର ୧୫ ରୁ ଉର୍ଦ୍ଧ୍ବ ଏରଗୋଲା ବସ୍ତି ରେ ମଦ ଅବାଧ ରେ ପ୍ରସ୍ତୁତି ଓ ବିକ୍ରି କାରଣ ରୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି।ଲୋକ ଏହି ବିଷାକ୍ତ ମଦ ପିଇ ରାସ୍ତା ରେ ଗଡୁଥିବା ଦେଖା ଯାଉଛି। ମୁଖ୍ୟ ରାସ୍ତା ନିକଟରେ ଆଇବି ନିକଟ ଏରଗୋଲା ବସ୍ତି, ଗଣ୍ଡପଲ୍ଲୀ, ଜଗନ୍ନାଥ ପଲ୍ଲୀ,ଠେଙ୍ଗାତୁମ୍ବା ପଲ୍ଲୀ, ପକେଲାପଲ୍ଲୀ ନିକଟ ସନ୍ତୋସି ମନ୍ଦିର ନିକଟ ଏରଗୋଲା ବସ୍ତି କେ ନୂଆପଲ୍ଲୀ ,ଗୋଲାପଲ୍ଲୀ ନିକଟ ବସ୍ତି ରେ ଅବାଧ ରେ ପୋଚ ଓ ମଦ ପ୍ରସ୍ତୁତି ଚାଲିଛି। ଚିକିଟି ରେ ମଦ ମୃତ୍ୟୁ ଘଟଣା ପରେ ମଧ୍ୟ ଆସିକା ରେ କୌଣସି ପ୍ରଭାବ ପଡୁନାହିଁ। ଆସିକାରେ ଅବକାରୀ କର୍ମଚାରୀ ନାମକୁ ମାତ୍ର ପାଳି କରି ଏରଗୋଲା ବସ୍ତି ରୁ ନିୟମିତ ବ୍ୟବଧାନରେ କିଛି ଲୋକଙ୍କୁ ଆଣି ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଆତ୍ମସନ୍ତୋଷ ପାଉଛନ୍ତି। ଆଜି ପର୍ଯ୍ୟନ୍ତ ଆସିକା ଅବକାରୀ ବିଭାଗ ଗୋଟିଏ ମଧ୍ୟ ମାମଲା ରେ ଅଭିଯୁକ୍ତ ଙ୍କୁ ଦୋଷୀ ସାବ୍ୟସ୍ତ କରିବରେ ଅସମର୍ଥ ହୋଇଛି। ଯାହା ମଦ ପ୍ରସ୍ତୁତି ଓ ବିକ୍ରି କୁ ପ୍ରୋତ୍ସାହିତ କରୁଛି। ଆସିକା ରେ ଚାଲିଥିବା ବେଆଇନ ମଦ ପ୍ରସ୍ତୁତି ଉପରେ ଅଙ୍କୁସ ଲାଗାଇବା ପାଇଁ ଜିଲା ପ୍ରଶାସନ ର ସ୍ୱତନ୍ତ୍ର ପଦକ୍ଷେପ ଆବଶ୍ୟକ ହୋଇଛି।ମଦ ପ୍ରସ୍ତୁତି ରେ କମ ପରିଶ୍ରମ, କମ ଖର୍ଚ୍ଚ ରେ ପ୍ରଚୁର ଲାଭ ହେଉଥିବା କାରଣ ରୁ ବହୁ ନୂଆ ଲୋକ ଏହି ବ୍ୟବସାୟ ରେ ଜଡିତ ହେଉଛନ୍ତି। ଚଢ଼ାଉ ସମୟରେ ବିଶେଷ କ୍ଷତି କିମ୍ବା ଦଣ୍ଡ ବିଧାନ ର ଭୟ ନଥିବା କାରଣ ନକଲି ମଦ ପ୍ରସ୍ତୁତି ପାଇଁ ବାଟ ଫିଟାଉଛି।ପ୍ରକାଶ ଥାଉକି ଗତ କିଛି ମାସ ତଳେ ଆସିକା ଅଞ୍ଚଳରୁ ଅପମିଶ୍ରଣ ଦେଶୀ ମଦ ଭୁବନେଶ୍ୱର ଅଞ୍ଚଳ ରେ ଧରାପଡ଼ିଥିଲା ଏଥିରେ ସାମିଲ ଥିବା ଚାରିଜଣ ଯୁବକ ଗିରଫ ହେବା ସହ ବହୁ ପରିମାଣର ମଦ ପାଉଚ ଜବତ ହୋଇଥିଲା।
