ଜମିରୁ ୬ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର, ଚାଷୀ ଭୟଭୀତ

ରାଜନଗର: ଚାଷ ଜମିରେ ବଉଳା କୁମ୍ଭୀର । ମାଛ ଧରିବା ପାଇଁ ବସାଯାଇଥିବା ଜାଲରେ ପଡ଼ିଲା ୬ ଫୁଟର ବଉଳା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋହ୍ଲା ଗାଁ ଚାଷ ଜମିରେ ଭାଗବତ ସ୍ଵାଇଁ ମାଛ ଧରିବା ପାଇଁ ଲଞ୍ଜା ଜାଲ ବସାଇଥିଲେ । ସେଥିରେ ଆଜି ସକାଳୁ ଏକ ବିରାଟ ବଉଳା କୁମ୍ଭୀର ପଶିଥିବାର ଦେଖି ଲୋକେ ଭୟଭୀତ ହୋଇଯାଥିଲେ । ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି କୁମ୍ଭୀର ଟିକୁ ଉଦ୍ଧାର କରିଛି । ମାଛ ଖାଇବା ପାଇଁ କୁମ୍ଭୀରଟି ଚାଷ ଜମିକୁ ଆସିଥିବା କୁହାଯାଉଛି । ବାରମ୍ବାର ରାଜନଗର ଅଂଚଳରେ କୁମ୍ଭୀର ପ୍ରାଦୃର୍ଭାବ ବଢ଼ିବାରେ ଲାଗିଛି । କେତେବେଳେ ଗାଁ କେନାଲ ତ ଆଉ କେତେବେଳେ ଲୋକଙ୍କ ପୋଖରୀ ମଧ୍ୟରେ କୁମ୍ଭୀର ପଶି ଲୋକଙ୍କୁ ଆତଙ୍କିତ କରୁଛି । ଚାଷ ଜମିରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ । ଚାଷ ଜମିରେ ପାଣି ଭର୍ତ୍ତି ହୋଇ ରହିଥିବାରୁ ଲୋକେ କୁମ୍ଭୀରକୁ ଦେଖିବା ପରେ ଜମି ମଧ୍ୟକୁ ଯିବାକୁ ଭୟ କରୁଛନ୍ତି ।

ad-week
Leave A Reply

Your email address will not be published.