ଟ୍ୟୁସନ୍ ବାହାନାରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରିନ୍ସିପାଲ୍ ଗିରଫ

ବରଗଡ଼ : ଗୁରୁ ନାଁରେ କଳଙ୍କ l ଛାତ୍ରଙ୍କୁ ଟ୍ୟୁସନ୍ ପଢାଇବା ବାହାନାରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ l ବରଗଡ ବରଡୋଲରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସିପାଲ୍ ଏଭଳି କାଣ୍ଡ ଭିଆଇଛନ୍ତି l ଜଣେ ୧୦ ଶ୍ରେଣୀ ଛାତ୍ରଙ୍କୁ ପ୍ରଥମେ କନଫରେନ୍ସ ପାଇଁ କଲେଜର କୋଚିଂ ସେଣ୍ଟରରୁ ବରଗଡ ନେଇ ଆସିଥିଲେ l ଏହାପରେ ଗଣପତି ହୋଟେଲରେ ଏକ ରୁମ୍ ବୁକ୍ କରି ଛାତ୍ରଙ୍କୁ ନେଇଥିଲା l

ଏପରିକି ପରିବାର ଲୋକଙ୍କୁ ପାଠ ପଢ଼ାଇବା ପାଇଁ ରାତିରେ ରହିବାକୁ ପଡ଼ିବ ବୋଲି କହିଥିଲା l ଛାତ୍ରଙ୍କୁ ଯୌନ ନିର୍ଯାତନା ଦେବା ପରେ କୌଶଳକ୍ରମେ ଛାତ୍ର ଜଣଙ୍କ ପରିବାର ଲୋକଙ୍କୁ ମେସେଜ କରିଥିଲେ l ଏହାପରେ ପୋଲିସ ସହାୟତାରେ ପରିବାର ଲୋକେ ଛାତ୍ରଙ୍କୁ ଉଦ୍ଧାର କରିଥିଲେ l ଅଭିଯୁକ୍ତ ପ୍ରିନ୍ସିପାଲ୍ ବା ସାଇନ୍ସ ଶିକ୍ଷକ ଦେବଦତ୍ତ ପ୍ରଧାନଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ଟାଉନ ଥାନା ପୋଲିସ l ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ଲୋକେ l ଘଟଣାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

ad-week
Leave A Reply

Your email address will not be published.