ଗଣେଶ ପୂଜାରେ ଡିଜେ ବନ୍ଦ, ଭସାଣୀ ବେଳେ ଫୁଟିବନି ବାଣ, ରାତି ୧୦ଟା ସୁଦ୍ଧା ସରିବ ମେଲୋଡି

ଭୁବନେଶ୍ୱର : ଗଣେଶ ପୂଜାରେ ବାଜିବନି ଡିଜେ। ଭସାଣୀ ବେଳେ ଫୁଟିବନି ବାଣ । ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ। ଗଣେଶ ପୂଜା ପାଇଁ ଚଳିତବର୍ଷ ଭୁବନେଶ୍ୱରରେ କଟକଣା ଜାରି କରିଛି କମିଶନରେଟ ପୋଲିସ। ଭୁବନେଶ୍ୱରରେ ମୁତୟନ ରହିବେ ୩୦ପ୍ଲାଟୁନ ଫୋର୍ସ । ଜଟଣୀ ପାଇଁ ମଧ୍ୟ ସ୍ବତନ୍ତ୍ର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା କରାଯାଇଛି ।

ଏଥିପାଇଁ ଜଟଣୀ ସମେତ ଭୁବନେଶ୍ୱରରେ ମୋଟ ୪୨୦ଟି ମେଢ଼ ପୂଜା ପାଇବେ । ପୋଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ପୂଜାମଣ୍ଡପରେ ଲୋକଙ୍କ ଶୃଙ୍ଖଳିତ ଦର୍ଶନ ସହ ଟ୍ରାଫିକ ପରିଚାଳନା ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଇଛି। ମଣ୍ଡପ ପକ୍ଷରୁ ବ୍ୟାପକ ଭଲ୍ୟୁଣ୍ଟର ସହ ସିସିଟିଭି ଜରିଆରେ ନଜର ରଖି ପରିଚାଳନା ପାଇଁ ଗୁରୁତ୍ବ ଦିଆଯାଇଛି। ସାଧାବେଶରେ ପୋଲିସ ମୁତୟନ ସହ ମହିଳା ପୋଲିସ୍ ମୁତୟନ ନେଇ ଗୁରୁତ୍ବ ଦିଆଯାଇଛି।

ଅପରାଧୀଙ୍କ ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଟିମ୍ ସହ ପିସିଆର ଆଲର୍ଟ କରଯାଇଛି। ମହିଳା ସୁରକ୍ଷାକୁ ଦୃଷ୍ଟିରେ ରଖି HER ଟିମକୁ ସକ୍ରିୟ ଭାବେ ନଜର ରଖିବାକୁ ନିର୍ଦ୍ଦଶ ରହିଛି। ୭ଟି ସ୍ଥାନରେ ମେଢ଼ ବିସର୍ଜନ ପାଇଁ ସ୍ଥାନ ନିରୁପଣ ସହ ତିନି ଦିନ ଭସାଣି ପାଇଁ ନିର୍ଦ୍ଧାରିତ ତାରିଖ ଘୋଷଣା ହୋଇଛି ।

ad-week
Leave A Reply

Your email address will not be published.