କୋଟପାଡ଼ ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ପରିଚାଳନାର ଅଭାବ : ବିପଦ ସଂକୁଳ ଅବସ୍ଥାରେ ଅନେକ କେନ୍ଦ୍ର ଗୃହ…
ବିଭାଗରେ କର୍ମଚାରୀ ମରୁଡି…
କୋଟପାଡ଼ : ଜ଼ିଲ୍ଲାର କୋଟପାଡ଼ ବ୍ଲକରେ କାର୍ଯ୍ୟକ୍ଷମ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ମାଳମାଳ ସମସ୍ୟା ରହିଥିବା ବେଳେ ପରିଚାଳନାଗତ ତ୍ରୁଟି ଦେଖିବାକୁ ମିଳିଛି l କିଛି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କୁ ଗୋଟିଏରୁ ଅଧିକ କେନ୍ଦ୍ରର ଦାୟିତ୍ୱ ଦିଆ ଯାଇଛି ତୋ କିଛି କେନ୍ଦ୍ରରେ ସହାୟିକାଙ୍କ ଦ୍ୱାରା ପିଲାଙ୍କୁ ଖାଦ୍ୟ ପ୍ରଦାନ କରି ଛାଡି ଦିଆଯାଉଥିବା ନଜିର ରହିଛି l ଅନେକ କେନ୍ଦ୍ରରେ ଅଙ୍ଗନବାଡି ସହାୟିକାଙ୍କ ପଦବୀ ଶୂନ୍ୟ ରହିଛି, ଯାହା ଫଳରେ ପ୍ରାକଶିକ୍ଷା ପ୍ରଦାନ, ପୃଷ୍ଟିକର ଖାଦ୍ୟ ପ୍ରଦାନ ପ୍ରଭାବିତ ହେଉଛି l ଏଭଳି ପରିସ୍ଥିତିରେ ବିଭିନ୍ନ ପ୍ରକାର ଖାଦ୍ୟସାମଗ୍ରୀ ଯାହାକି, ଶିଶୁ ମାନଙ୍କୁ ପ୍ରଦାନ କରିବାରେ ଅବହେଳା, ଏପରିକି ଅଣ୍ଡା ପ୍ରଦାନ କରିବାରେ ଅବହେଳା ଭଳି ସଙ୍ଗୀନ କରାଯାଉଥିବା ଅଭିଯୋଗ ମାନ ବାରମ୍ବାର ହୋଇ ଆସୁଛି l
ବର୍ତମାନ ମିଳିଥିବା ସୂତ୍ର ଅନୁସାରେ, କାର୍ଯ୍ୟକ୍ଷମ ହେଉଥିବା 247 ଗୋଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ 239 ଗୋଟି ନିଜସ୍ୱ ଗୃହ ରହିଛି ହେଲେ ଅନେକ କେନ୍ଦ୍ର ଗୃହ ଜରାଜୀର୍ଣ୍ଣ ସ୍ଥିତିରେ , 7 ଗୋଟି ଗୋଷ୍ଠୀ କେନ୍ଦ୍ରରେ ଏବଂ ଗୋଟିଏ ବିଦ୍ୟାଳୟରେ ପ୍ରାକ ଶିକ୍ଷା ଏବଂ ଅଙ୍ଗନବାଡି କେନ୍ଦ୍ର ପରିଚାଳିତ ହେଉଥିବା ସୂଚନା ରହିଛି l ସେମିତି 189 କେନ୍ଦ୍ରରେ ଶୌଚାଳୟ ରହିଛି ସେଥିମଧ୍ୟରୁ 130 ଗୋଟି ଶୌଚାଳୟ ଯେମିତି ସେମିତି କାର୍ଯ୍ୟ କରୁଥିବା
ବେଳେ 59 ଗୋଟି ଶୌଚାଳୟ ଖରାପ ଅବସ୍ଥାରେ ପଡି ରହିଛି ଏବଂ ନୁଆଁରେ 50 ଗୋଟି ନିର୍ମାଣଧୀନ ଅବସ୍ଥାରେ ପଡିରହିଛି l ସେମିତି ପାନୀୟ ଜଳ ସମସ୍ୟା ମଧ୍ୟ 247 ଗୋଟି କେନ୍ଦ୍ର ମଧ୍ୟରୁ 222 କେନ୍ଦ୍ରରେ ଟ୍ୟୁବୱେଲ ସଂଯୋଗ ଏବଂ 25 ଟି କେନ୍ଦ୍ରରେ ପାଇପ ଯୋଗେ ପାଣି ଯୋଗାଣ କରାଯାଉଥିବା, ବିଦ୍ୟତିକରଣ ସଂଯୋଗ ମଧ୍ୟ ଅନେକ କେନ୍ଦ୍ରରେ ବର୍ତମାନ ସୁଦ୍ଧା ହୋଇପାରିନି, କେତେକ କେନ୍ଦ୍ରରେ ବିଦ୍ୟୁତ ବିଭାଗ କାର୍ଯ୍ୟlଳୟରେ ଟଙ୍କା ପୈଠ କରାଯାଇଥିଲେ ସୁଦ୍ଧା ବିଜୁଳି ସଂଯୋଗ ହୋଇପାରି ନ ଥିବା ଅଭିଯୋଗ ରହିଛି l 247 କେନ୍ଦ୍ର ମଧ୍ୟରୁ 161 କେନ୍ଦ୍ରରେ ସଂଯୋଗ ହୋଇଥିବା ଏବଂ 12 ଗୋଟି କେନ୍ଦ୍ରରେ ସୋଲାର ଯୋଗେ ବିଦ୍ୟୁତ ଯୋଗାଣ ହୋଇଥିବା ମୌଖିକ ଭାବେ ସମନ୍ୱିତ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟରୁ ସୂଚନା ମିଳିଛି l
ଅନ୍ୟ ପକ୍ଷରେ କିଛି କେନ୍ଦ୍ରରେ ପାଚେରୀ ନିର୍ମାଣ ହୋଇଛି ହେଲେ ରକ୍ଷଣା ବେକ୍ଷଣା ଅଭାବରୁ ଛୋଟ ବଡ଼ ବୃକ୍ଷଲତାରେ ପରିପୂର୍ଣ,ସାପ,କୀଟ ପତଙ୍ଗ ଇତ୍ୟାଦି ଆକ୍ରମଣ ଦ୍ୱାରା ଶିଶୁ ମାନଙ୍କ ସକାଶେ ବିପଦ ପୁର୍ଣ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଶିଶୁଙ୍କ ଅବିଭାବକ ଦ୍ୱାରା ତାଗିଦ କରାଯାଉଛି, ଅଧିକାଂଶ କେନ୍ଦ୍ରରେ ପାଚେରୀ କାନ୍ଥ ରହି ନ ଥିବା ଯୋଗୁଁ ବିଭିନ୍ନ ସମସ୍ୟା ଲାଗିରହିଛି l
ଏଠାରେ ପ୍ରକାଶ କରାଯାଇପାରେ ଯେ, କିଛି ଆଦର୍ଶ ଅଙ୍ଗନବାଡି ନାମରେ ନାମିତ କେନ୍ଦ୍ର ମାନଙ୍କରେ ପାଣିଟାଙ୍କି ଛାତରେ ରହିଛି ହେଲେ ବର୍ଷବର୍ଷ ଧରି ପାଇପ ଲାଇନ ସଂଯୋଗ କରା ନ ଯାଇ ଅଚଳ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି l
ମୁର୍ତାହାଣ୍ଡି ପଞ୍ଚାୟତର ସିନ୍ଧିଗାଁର ନୁଆଁରେ ନିର୍ମାଣlଧୀନ ଅଙ୍ଗନବାଡି କେନ୍ଦ୍ର ସମ୍ପୂର୍ଣ ହୋଇ ନ ଥିବା ଯୋଗୁଁ ବିପଦ ସଂକୁଳ ଅବସ୍ଥାରେ ରହିଥିବା ଜର୍ଜରିତ କେନ୍ଦ୍ରରେ ପ୍ରାକ ଶିକ୍ଷା ଏବଂ କେନ୍ଦ୍ର ପରିଚାଳନା କରାଯାଉଛି l ଏସ ବି ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ସଦର,ସାତ ନମ୍ବର କଲୋନୀର କେନ୍ଦ୍ରଗୃହ ମଧ୍ୟ ଅତି ଶୋଚନୀୟ ପରିସ୍ଥିତିରେ ରହିଥିବା ବେଳେ ପାକଶାଳlରେ ଛାତରୁ ପାଣି ଗୋଳୁଛି l ଏପରି ମଧ୍ୟ କେନ୍ଦ୍ର ରହିଛି, ଯେମିତି କର୍ଲlହାଣ୍ଡି -2, ତେନ୍ତୁଳିପଦର ଅଙ୍ଗନବାଡି କେନ୍ଦ୍ରକୁ ଯାତାୟାତ କରିବାକୁ ରାସ୍ତା ମଧ୍ୟ ନାହିଁ, କିନ୍ତୁ କେନ୍ଦ୍ର ରହିଛି l ଏଥିପାଇଁ ନଦୀ ନିକଟରେ ଶୀଘ୍ର ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରୁଛନ୍ତି l
ଅନ୍ୟ ପକ୍ଷରେ 247 କେନ୍ଦ୍ର ତିନୋଟି ସେକ୍ଟର ରେ ବିଭକ୍ତ ହୋଇଥିବା ବେଳେ ମାତ୍ର ଦୁଇଜଣ ପରିଚାଳିକା ରହିଛନ୍ତି l ବର୍ତମାନ ଆଉ ଜଣେ ପରିଚାଳିକା ଦୁଇ ଗୋଟି ବ୍ଲକ ଦାୟିତ୍ୱରେ ରହିଛନ୍ତି l ହେଲେ ସତର ଗୋଟି ପଞ୍ଚାୟତରେ ଥିବା ଦୁଇ ଶହ ସତଚାଳିଶି କେନ୍ଦ୍ର କିଭଳି ତିନି ଜଣ ପରିଚାଳିକାଙ୍କ ଦ୍ୱାରା ପରିଚାଳନା କରାଯାଉଥିବ ସହଜେ ଅନୁମେୟ l
ଏହିଭଳି କୋଟପାଡ଼ ବ୍ଲକ ସମ୍ୱନ୍ୱିତ ଶିଶୁ ବିକାଶ ବିଭାଗରେ କର୍ମଚାରୀ ମରୁଡି ରହିଥିବା ବେଳେ ମାଳମାଳ ସମସ୍ୟାରେ ବିଭିନ୍ନ କେନ୍ଦ୍ରସବୁ ଛୋନ୍ଦୀ ହୋଇ ରହିଥିବା ଦେଖିବାକୁ ମିଳୁଛି l
ହେଲେ ଏତେ ସବୁ ସମସ୍ୟlର ନିରାକରଣ କେବେ ହେବ ଦେଖିବାକୁ ବାକି l
