ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀ ମାଡ଼ରେ ଟଳି ପଡ଼ିଲା ସ୍ତ୍ରୀ

ଧାମରା: ପାରିବାରିକ କଳହର କରୁଣ ପରିଣତି, ମଦ୍ୟପ ସ୍ୱାମୀ ମାଡ଼ରେ ଟଳି ପଡ଼ିଲା ସ୍ତ୍ରୀ। ଏମିତି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଥାନା ପାଇକିରାପୁରରେ। ଏହି ଗ୍ରାମର ବାସିନ୍ଦା ବିଜୟ ପତି ଓ ତାଙ୍କ ସ୍ତ୍ରୀ କମଳିନୀ ପତି ଏବଂ ତାଙ୍କର ତିନୋଟି ଛୋଟ ପିଲା। ବିଜୟ ଅଧିକାଂଶ ସମୟରେ ମଦ୍ୟପାନ କରି ଘରେ ପାଟିତୁଣ୍ଡ ଓ ମାଡପିଟ କରନ୍ତି। ଗତକାଲି ବିଳମ୍ବିତ ରାତିରେ ବିଜୟ ଅତ୍ୟଧିକ ମଦ୍ୟପାନ କରି ତାଙ୍କ ସ୍ତ୍ରୀ କମଳିନୀକୁ ବହୁତ ମାଡ଼ ମାରିଥିଲେ। ସେହି ଘର ଭିତରେ କମଳିନୀଙ୍କର ମୃତ୍ୟୁ ହୋଇଥିଲା। ଘରେ ଅନେକ ଗୁଡିଏ ମଦ ବୋତଲର ଭଙ୍ଗା ହୋଇ କାଚ ଗୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ଗ୍ରାମବାସୀ ଚାନ୍ଦବାଲି ପୁଲିସକୁ ସକାଳୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ବିଜୟକୁ ଥାନାକୁ ନେଇ ଅଟକ ରଖିଛି।

ad-week
Leave A Reply

Your email address will not be published.