ପୁରୀରେ ଖଜା ଦୋକାନରେ ଚଢାଉ ; ବାସୀ ଚିନି ଶିରା, ନିମ୍ନମାନର ପାମୋଲିନ ତେଲର ହେଉଛି ବ୍ୟବହାର

ପୁରୀ : ଖଜା ଦୋକାନରେ ଚଢାଉ। ଗୁରୁବାର ସକାଳୁ ସକାଳୁ ପୁରୀର କେତେକ ଖଜା ଓ ଗଜା ଦୋକାନରେ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯାଇଛି। ଖଜା ଓ ଗଜା ପ୍ରସ୍ତୁତି କେନ୍ଦ୍ରରେ ଖାଦ୍ୟ ନିରାପତ୍ତା ଅଧିକାରୀ ଏବଂ ପୁଲିସ ମିଳିତ ଭାବେ ଏହି ଚଢାଉ କରିଛନ୍ତି। ଚଢାଉ ସମୟରେ ଜଣାପଡ଼ିଛି ଖଜା ନିମ୍ନମାନର ପାମୋଲିନ ତେଲରେ ପ୍ରସ୍ତୁତ ହେଉଥିବା ସହ ଏଥିରେ ମାରାତ୍ମକ ରାସାୟନିକ ରଙ୍ଗ ବ୍ୟବହାର କରାଯାଉଛି। ୫/ ୭ ଦିନର ବାସୀ ଚିନି ଶିରାରେ ମଧ୍ୟ ଖଜା ପ୍ରସ୍ତୁତ ହେଉଛି ବୋଲି ଜଣାପଡ଼ିଛି। ପୁରୀ ଖଜା ନାମରେ ପର୍ଯ୍ୟଟକଙ୍କୁ ଠକୁଛନ୍ତି ବହୁ ଖଜା ବ୍ୟବସାୟୀ। ଏବେ ଘଟଣାର ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.