ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନରେ ଶୁଭେଛା ଜଣାଇଲେ ସଲମାନ ଖାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବଲିଉଡ୍ ଅଭିନେତା ସଲମାନ ଖାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସଲମାନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ Xରେ ଏକ ଶୁଭେଛା ବାର୍ତ୍ତା ପୋଷ୍ଟ କରିଛନ୍ତି।ସଲମାନ ଖାନ ଲେଖିଛନ୍ତି, “ଜନମ ଦିନ ମୁବାରକ ହୋ ମାନନୀୟ ପ୍ରଧାନମନ୍ତ୍ରୀ ସାହେବ, ଆପଣଙ୍କୁ ଜନ୍ମଦିନର ବହୁତ ବହୁତ ଶୁଭକାମନା। ନରେନ୍ଦ୍ର ଭାଇ ମୋଦୀ। ଜୟ ହିନ୍ଦ।”ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବଲିଉଡ୍ ସମେତ ବିଭିନ୍ନ କ୍ଷେତ୍ରର ଅନେକ ବ୍ୟକ୍ତିତ୍ୱ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସଲମାନଙ୍କ ଏହି ସଂକ୍ଷିପ୍ତ ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ad-week
Leave A Reply

Your email address will not be published.