ଅବକାରୀ ବିଭାଗ ଚେଇଁ ଶୋଇଛି……!
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଅଧିକାଂଶ ସହର ରେ ଅପମିଶ୍ରଣ ଦେଶୀ ମଦ ପ୍ରସ୍ତୁତ ହୋଇଆସୁଛି। ତାହାର ନଗ୍ନ ନମୁନା ଦୁଇ ଦୁଇ ଥର ଭୁବନେଶ୍ୱର ଠାରେ ଗଞ୍ଜାମ ଜିଲ୍ଲାରୁ ଚାଲାଣ ବେଳେ ଭୁବନେଶ୍ୱର ଅବକାରୀ ବିଭାଗ ହାତରେ ବିପୁଳ ପରିମାଣର ଦେଶୀ ମଦ ପାଉଚ ଜବତ ହେବାର ପୂର୍ବରୁ ନଜିର ରହିଛି। ଗତ ସପ୍ତାହ ରେ ଆସିକା ର କୋଟିନଡ଼ା ପୋଲିସ ପ୍ରାୟ ୧୫୦୦ ଲିଟରୁ ଉର୍ଦ୍ଧ ଦେଶୀ ମଦ ପାଉଚ ଜବତ କରିବା ସହ ଯୁବକ ମାନଙ୍କୁ ଗିରଫ କରିଥିଲେ। ଆଗକୁ ପାର୍ବଣ ଋତୁ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଦେଶୀ ମଦ ସାଙ୍ଗକୁ ବିଦେଶୀ ମଦର ଆସର ଗାଁ ରୁ ସହର ପର୍ଯ୍ୟନ୍ତ ଜମିବ। ଚିକିଟି ମଦ ମୃତ୍ୟୁ ପରେବି ଅବକାରୀ ବିଭାଗ ଚେତୁନି।
ଅବକାରୀ ବିଭାଗ ର କାମ ଭେଣ୍ଡର ଵାଲାଙ୍କ ନିର୍ଦ୍ଧେଶ ରେ ପୋଲିସ ବେଆଇନ ମଦ ଧରପଗଡ଼ କରୁଥିବାର ନଜିର ରହିଛି। ଗଞ୍ଜାମ ଜିଲ୍ଲାରୁ ଦୈନିକ ନାମୀ ଦାମୀ ଗାଡ଼ିରେ ଅପମିଶ୍ରଣ ଦେଶୀ ଓ ବିଦେଶୀ ମଦ ନୟାଗଡ ଓ ଭୁବନେଶ୍ୱର ଅଞ୍ଚଳ କୁ ଚାଲାଣ ହେଉଛି। ହୋମିଓ ପ୍ୟାଥିକ ସ୍ପିରିଟକୁ ବିଦେଶୀ ମଦରେ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରି ପ୍ରସ୍ତୁତ କରାଯାଉଛି। ରାଜା ପିଢ଼ିଆ,ଗୁଡ଼ ୟୁରିଆ ଭଳି ମାରାତ୍ମକ ପଦାର୍ଥ ବ୍ୟବହାର କରି ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ କରାଯାଇ ଦେଶୀ ମଦ ପ୍ରସ୍ତୁତ ହେଉଛି। ଗୁପ୍ତ ଗୋଦାମ ରେ ଏବେ ଠାରୁ ଚୋରା ମଦ ମହଜୁଦ କରି ଜିଲ୍ଲାର ବିଭିନ୍ନ ସହର ରେ ରଖା ଯାଇଥିବା ଚର୍ଚ୍ଚା ହେଉଛି।
