ଓୱେସୀଙ୍କ ପାଇଁ ୧୦୧ ଛେଳି ବଳି ପକାଇ ଥିବା ବ୍ୟବସାୟୀଙ୍କ ବିରୋଧରେ ପେଟା ପକ୍ଷରୁ ଏତଲା

add-all

ହାଇଦ୍ରାବାଦ: ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ସୁରକ୍ଷିତ ଜୀବନ କାମନା କରି ୧୦୧ ବଳି ଚଢ଼ାଇଥିବା ବ୍ୟବସାୟୀ ଏବେ ଅଡ଼ୁଆରେ। ପଶୁ ସୁରକ୍ଷା ପାଇଁ କାମ କରୁଥିବା ପେଟା ସଂସ୍ଥା ପକ୍ଷରୁ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଏତଲା ଦିଆଯାଇଛି। ତେଲେଙ୍ଗାନା ପଶୁ ଏବଂ ପକ୍ଷୀ ବଳି ନିରୋଧ ଆଇନ୍ ୧୯୫୦ ଅନୁଯାୟୀ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ମାମାଲା ରୁଜୁ ହୋଇଛି । ଫେବୃଆରୀ ୬ରେ ଏହି ଛେଳି ଗୁଡ଼ିକୁ ବଳି ଦିଆଯାଇଥିଲା।
ତେବେ କେବଳ ସରକାରୀ ଲାଇସେନ୍ସଧାରୀ ମାଂସ ପାଇଁ ପଶୁଙ୍କୁ କାଟିବା ନେଇ ପୂର୍ବରୁ ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ପଶୁ ଏବଂ ପକ୍ଷୀ ବଳି ନିରୋଧ ଆଇନନ୍ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ବେନିମୟ ଭାବେ ପଶୁ ବଳି ପକାଇଛନ୍ତି ବୋଲି ଅଭିଯୋଗ ହୋଇଛି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । କିଛି ଦିନ ପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ ୟୁପିର ମିରଟ ଗସ୍ତରେ ଥିବା ବେଳେ ଆସାଦୁଦ୍ଦିନଙ୍କ କାର ଉପରକୁ ଗୁଳିମାଡ଼ ହୋଇଥିଲା।
ଏହି ଆକ୍ରମଣରୁ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ଫେବୃଆରୀ ୩ରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ ତାଙ୍କ ସମର୍ଥକ ମାନେ ଅସାଦୁଦ୍ଦିନଙ୍କ ନିରାପଦ ତଥା ଦୀର୍ଘାୟୁ ଜୀବନୀ କାମନା କରି ପ୍ରାର୍ଥନା କରିଥିଲେ। ତେବେ ଅସାଦୁଦ୍ଦିନଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜେଡ୍‌-କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ଅବସ୍ୟ ସେହି ସୁରକ୍ଷା ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।

ad-week
Leave A Reply

Your email address will not be published.