ରାହୁଳଙ୍କ ବିରୋଧରେ ମନ୍ତବ୍ୟ ଲାଗି ହିମନ୍ତ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉ : କେସିଆର

add-all

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ସେ ‌ଅନୁରୋଧ କରିଛନ୍ତି। ସୂଚନା ଅନୁଯାୟୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ୨୦୧୬ରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ ବେଳେ ରାହୁଲ ଗାନ୍ଧୀ ଏହାର ପ୍ରମାଣ ମାଗିଥିଲେ।
ସେହିପରି ୨୦୧୯ରେ ମଧ୍ୟ ଶତ୍ରୁ ଦେଶ ଉପରେ ଏୟାର ଷ୍ଟ୍ରାଇକର ପ୍ରମାଣ ମାଗିଥିଲେ ରାହୁଲ। କିନ୍ତୁ ରାହୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ପୁଅ ବୋଲି ବିଜେପି କେବେ ପ୍ରମାଣ ମାଗିଛି କି ପ୍ରଶ୍ନ କରିଥିଲେ ହିମନ୍ତ। ଭାରତୀୟ ସେନାଠାରୁ ପ୍ରମାଣ ମାଗିବା ରାହୁଲ ଗାନ୍ଧୀଙ୍କର କୌଣସି ଅଧିକାର ନାହିଁ ବୋଲି ହିମନ୍ତ କହିଥିଲେ। ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, କଂଗ୍ରେସ ଗୋଟିଏ ଇକୋ ସିଷ୍ଟମ ବିକଶିତ କରିଛି ଏବଂ ଏହି ଇକୋ ସିଷ୍ଟମର ଲୋକେ ଭାରତ ବିରୁଦ୍ଧରେ ଘଟଣା ସହିପାରିବେ। କିନ୍ତୁ ଗାନ୍ଧୀ ପରିବାର ବିରୋଧରେ କିଛି ବି ଗ୍ରହଣ କରିପାରିବେ ନାହିଁ । ଆଜି ସେମାନଙ୍କ କଥା ଶୁଣିବା ପାଇଁ କେହି ନାହାନ୍ତି । ଲୋକଙ୍କୁ ଦେଶ ପ୍ରତି ଅନୁଗତ ରଖିବା ଦରକାର କୌଣସି ପରିବାର ବିଶେଷ ପାଇଁ ନୁହେଁ ।

ହିମନ୍ତ ବିଶ୍ୱ ଶର୍ମାଙ୍କ ରାଜୀବ ଗାନ୍ଧୀ ବୟାନକୁ ନେଇ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି କେସିଆର। ଜଣେ ପୁଅକୁ ବାପାଙ୍କେର ପରଚୟ ମାଗିବା କଣ ବିଜେପିର ସଂସ୍କୃତି ବୋଲି କେସିଆର ପ୍ରଶ୍ନ କରିଛନ୍ତି। ଏହା ଦେଶ ପାଇଁ ଭଲ ନୁହଁ। ତେଣୁ ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉ ବୋଲି କେସିଆର ଦାବି କରିଛନ୍ତି।

ad-week
Leave A Reply

Your email address will not be published.