ବିହାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦାବିି, ଦୁର୍ବ୍ୟବହାରର ଶିକାର ହୋଇଥିବା ନାବାଳିକାଙ୍କ ଫଟୋ ଜାରି ନେଇ ବିବାଦ

ପାଟନା: ବିହାର ଜମୁଇ ରାସ୍ତାରେ ଦୁର୍ବ୍ୟବହାରର ଶିକାର ହୋଇଥିବା ନାବାଳିକାଙ୍କ ଫଟୋ ଜାରି କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଖୋଦ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏଭଳି କରିଛନ୍ତି। ଏହାକୁ ନେଇ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ନିଶାଣ କରିଛନ୍ତି ଓ ତାଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ପୀଡ଼ିତାଙ୍କ ପରିବାର ସମ୍ରାଟ ଚୌଧୁରୀଙ୍କୁ ଭେଟିଥିଲେ। ପରେ ସେ ଏହି ସାକ୍ଷାତର ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ତେବେ ୧୫ ମିନିଟ ପରେ ଏହାକୁ ହଟାଇ ନେଇଥିଲେ। ଏବେ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିିଛନ୍ତି ଯେ ଅବୁଝା, ଅଭିଜ୍ଞତାହୀନ ବିହାରର ମୁଖ୍ୟମନ୍ତ୍ରୀ ନିଜେ ପୋକ୍ସୋ ଆଇନର ଉଲ୍ଲଙ୍ଘନ କରୁଛନ୍ତି।

ad-week
Leave A Reply

Your email address will not be published.